କିଡ୍‌ନୀ ଷ୍ଟୋନ୍‌ ହୋଇଥିଲେ ଏସବୁ ଖାଦ୍ୟକୁ ଆଦୌ ହାତ ଲଗାନ୍ତୁନି, ଜୀବନ ପ୍ରତି ଆସିପାରେ ବିପଦ

କିଡ୍‌ନୀ ଷ୍ଟୋନ୍‌ ଏବେ ଏକ ସାଧାରଣ ରୋଗ ପାଲଟିଛି। ଖରାପ ଲାଇଫ୍‌ଷ୍ଟାଇଲ୍‌, ଖାଦ୍ୟ ଖାଇବାର ଭୁଲ ଅଭ୍ୟାସ ଓ ଚାଉଳ ବା ଡାଲିରେ ଅପମିଶ୍ରଣ ଯୋଗୁ ପଥୁରୀ ହେବା ଆଶଙ୍କା ବଢ଼ିଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଡାକ୍ତରୀ ଚିକିତ୍ସା ନୁହେଁ ବରଂ ନିଜ ଖାଦ୍ୟପେୟର ମଧ୍ୟ ଯତ୍ନ ନେବାକୁ ପଡ଼ିଥାଏ। ତେବେ କେତେକ ଏଭଳି ଖାଦ୍ୟ ରହିଛି, ଯାହା କିଡ୍‌ନୀ ଷ୍ଟୋନ୍‌ ରୋଗୀଙ୍କୁ ଖାଇବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା କିଡ୍‌ନୀ ଷ୍ଟୋନ୍‌ ରୋଗୀଙ୍କୁ କ’ଣ କ’ଣ ଖାଇବା ମନା…

ପାଳଙ୍ଗ:

କିଡନୀ ଷ୍ଟୋନ୍‌ ହୋଇଥିବା ରୋଗୀଙ୍କୁ ପାଳଙ୍ଗ ଶାଗ ଖାଇବା ମନା। ପାଳଙ୍ଗରେ ଅକ୍ସିଲେଟ୍‌ ରହିଥାଏ, ଯାହା ରକ୍ତର କ୍ୟାଲସିୟମ୍‌କୁ ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ଏହା ଯୋଗୁ କିଡ୍‌ନୀ ତାହାକୁ ଫିଲ୍ଟର କରିପାରେ ନାହିଁ ଓ ତାହା ଶରୀରରେ ଜମି ରହେ।

ଆନିମଲ ପ୍ରୋଟିନ୍‌:

ଆନିମଲ ପ୍ରୋଟିନ୍‌ ସେବନ କରିବା ଦ୍ୱାରା ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢ଼ିଯାଏ, ଯାହା କିଡ୍‌ନୀ ରୋଗୀଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଏଣୁ କିଡ୍‌ନୀ ଷ୍ଟୋନ୍‌ ଥିଲେ ମାଛ, ମାଂସ, ଅଣ୍ଡା ଆଦି ସେବନ କମ୍‌ କରିଦିଅନ୍ତୁ କିମ୍ବା ଆଦୌ କରନ୍ତୁ ନାହିଁ।

ଚକୋଲେଟ୍‌:

ଚକୋଲେଟ୍‌ ଏକ ଏଭଳି ଜିନିଷ ଯାହା ସମସ୍ତଙ୍କୁ ପସନ୍ଦ ହୋଇଥାଏ। କିନ୍ତୁ ଯଦି ଆପଣଙ୍କୁ କିଡ୍‌ନୀ ଷ୍ଟୋନ୍‌ ହୋଇଛି ତେବେ ଚକୋଲେଟ୍‌କୁ ହାତ ବି ଲଗାନ୍ତୁ ନାହିଁ। କାରଣ ଚକୋଲେଟ୍‌ରେ ଅକ୍ସିଲେଟ୍‌ ରହିଥାଏ, ଯାହା ପଥୁରୀର ଆକାରକୁ ଆହୁରି ବଡ଼ କରିଦିଏ। ଏଣୁ ଷ୍ଟୋନ୍‌ ହୋଇଥିଲେ ଚକୋଲେଟ୍‌ ଠାରୁ ଦୂରରେ ରୁହନ୍ତୁ।

ଏହା ବ୍ୟତୀତ ପଥୁରୀ ରୋଗୀଙ୍କୁ ଚା, ଲୁଣ ଓ ଟମାଟୋ ମଧ୍ୟ ସେବନ କରିବା ଅନୁଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.