ନିଜ ପ୍ରିୟଜନଙ୍କୁ ଏହି ସବୁ ଉପହାର ଦେଲେ ବଢ଼ିବ ଆପଣଙ୍କ ଧନ, କଣ କଣ ଜାଣନ୍ତୁ

କୌଣସି ବିଶେଷ ଉତ୍ସବରେ କାହାକୁ ଉପହାର ଦେଲେ ବା କାହାଠୁ ଉପହାର ପାଇଲେ ଭାରି ଖୁସି ଲାଗେ ।  ଯଦି କୌଣସି ଖାସ ଉତ୍ସବରେ କାହାକୁ କିଛି ଉପହାର ଭାବେ ଦିଆଯାଏ ଏହାକୁ ଖୁବ ଶୁଭ ମଧ୍ୟ ଧରାଯାଏ ।  କୁହାଯାଏ କି ଏହାଦ୍ୱାରା ମଣିଷର ଖରାପ ସମୟ ମଧ୍ୟ କଟିବା ସହ ଭଲ ସମୟ ଆରମ୍ଭ ହୋଇଥାଏ ।  କିନ୍ତୁ ଉପହାର ସ୍ୱରୂପ କଣ କଣ ଦେବେ ତା ବିଷୟରେ କିଛି କିଛି ଜ୍ଞାନ ରହିବା ନିହାତି ଜରୁରୀ ।

ମାଟି ତିଆରି ହୋଇଥିବା ଜିନିଷ:

ବାସ୍ତୁଶାସ୍ତ୍ର ଅନୁଯାୟୀ ମାଟିରେ ତିଆରି ହୋଇଥିବା କୌଣସି ଶୋ ପିସ ଗିଫ୍ଟ ଦେବା ବା ପାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।  ବିଶ୍ୱାସ କରାଯାଏ କି ଏହା ଦ୍ୱାରା କୌଣସି ଠାରେ ଅଟକି ଥିବା ଧନ ଶୀଘ୍ର ମିଳିଥାଏ ।  ଏହା ସହ ଧନ ମଧ୍ୟ ବଢିଥାଏ ।

mud statue

ଦୋମୁଁହା ଗଣେଶ:

ଦୋମୁଁହା ଗଣେଶଙ୍କ ମୂର୍ତ୍ତି ବା ଦୋମୁଁହା ଗଣେଶଙ୍କ ଚିତ୍ର ଥିବା ଫଟୋ ଉପହାର ଦେବା ବହୁତ ଶୁଭ ହୋଇଥାଏ ।

gift

ହାଥୀ:

କୌଣସି ଶୁଭ ଅବସରରେ ହାଥୀ ବା ଯୋଡ଼ା ହାତୀ ଉପହାର ଦେବା ବହୁତ ଶୁଭକର ହୋଇଥାଏ ।  ସୁନା, ରୂପା, ପିତ୍ତଳ ବା ତମ୍ବା ନିର୍ମିତ ମୂର୍ତ୍ତି ଦେବା ବା ନେବା ଉଭୟ ପଟ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

gift

ପୋଷାକ:

ନିଜ ପ୍ରିୟଜନଙ୍କୁ ପୋଷାକ ଉପହାର ଦେବା ମଧ୍ୟ ଖୁବ ଭଲ ହୋଇଥାଏ ।  ଏହାଦ୍ୱାରା ମଧ୍ୟ ଦୁର୍ଭାଗ୍ୟ ସମୟ ସରି ଶୁଭଫଳ ପ୍ରାପ୍ତି ହେଉଥିବା ବିଶ୍ୱାସ କରାଯାଏ ।  ବିଶେଷ ଭାବେ ସୁତା ତିଆରି ପୋଷାକ ଅଧିକ ଲଭଦାୟୀ ହୋଇଥାଏ ।

new clothes

ରୂପା କଏନ :

ଶାସ୍ତ୍ର ଅନୁଯାୟୀ ରୂପାରେ ତିଆରି କୌଣସି ଜିନିଷ ଦେବା ମଙ୍ଗଳ ଦାୟକ ହେଉଥିବା ଧରାଯାଏ ।  କିନ୍ତୁ ସୁନା ଦେବାକୁ ବାରଣ କରାଯାଇଛି ।  ରୂପା କଏନ ବା ବସ୍ତୁ ଦେବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରଶ୍ନ ହେଉଥିବାର ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ଅଛି ।

ସାତଟି ଘୋଡା:

ଫେଙ୍ଗସୁଈ ଅନୁଯାୟୀ ସାତଟି ଘୋଡା ଥିବା ଫଟୋ ଦେବାକୁ ଅତ୍ୟନ୍ତ ଶୁଭ ମନେ କରାଯାଇଥାଏ ।  ଏହା ସାହାଯ୍ୟରେ ଆୟ ବଢ଼ୁଥିବାର ମଧ୍ୟ ବିଶ୍ୱାସ କରାଯାଏ ।

Leave A Reply

Your email address will not be published.