ଶୀତ ଦିନରେ କଣ ଖାଇବେ କଣ ନଖାଇବେ କନଫ୍ୟୁଜ ହେଉଛନ୍ତି କି, ତେବେ ଥରେ ପଢନ୍ତୁ ଏହି ରିପୋର୍ଟ

ଶୀତ ଦିନ ଆରମ୍ଭ ହେବାକୁ ବସିଲାଣି । ଶୀତ ଦିନେ ଅତ୍ୟଧିକ ଥଣ୍ଡା କାରଣରୁ ଅଧିକାଂଶ ସମୟରେ ସର୍ଦ୍ଦି-ଥଣ୍ଡା ପରି ସମସ୍ୟା ଲାଗି ରହିବା ଅତି ସାଧାରଣ କଥା । ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । କିନ୍ତୁ ଏହି ଦିନ ମାନଙ୍କରେ କଣ ଖାଇବା ଉଚିତ କଣ ନୁହେଁ ସେ ପ୍ରତି ଅନେକକଙ୍କର ଧାରଣା ନଥାଏ । ଆପଣଙ୍କୁ ଏବାବଦରେ ସଜାଗ କରିବା ପାଇଁ କିଛି ଟିପ୍ସ ନେଇ ଆସିଛୁ । ତେବେ ଜାଣି ରଖନ୍ତୁ କେଉଁ କେଉଁ ଖାଦ୍ୟ ଠାରୁ ଦୁରେଇ ରହିବେ ଓ କେଉଁ ଗୁଡିକୁ ଅଧିକ ସେବନ କରିବେ ।

ଦୁଗ୍ଧ ଜାତୀୟ ଖାଦ୍ୟପେୟ:

ଶୀତ ଦିନେ ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ ଠାରୁ ଦୁରେଇ ରହିବା ଉଚିତ । ନଚେତ ଥଣ୍ଡା -ଜ୍ୱର ପରି ସମସ୍ୟା ଲାଗି ରହିପାରେ । କ୍ଷୀର କଫ କାରକ ହୋଇଥିବା ବେଳେ ଦହି ଖାଇବା ଦ୍ୱାରା ତଂଟି ଦରଜ ପରି ସମସ୍ୟା ଦେଖାଦେଇପାରେ ।

winter drink

କେଫିନ ଯୁକ୍ତ ପାନୀୟ:

ସାଧାରଣତଃ ଆମେ ଶୀତ ଦାଉରୁ ରକ୍ଷା ପାଇଁ ଚାହା, କଫି ଆଦିର ସେବନ ଅଧିକ କରିଥାଉ । କିନ୍ତୁ ଜାଣନ୍ତିକି କେଫିନ ଯୁକ୍ତ ପାନୀୟ ଦ୍ୱାରା ବି ଥଣ୍ଡା- ସର୍ଦ୍ଦି ପରି ସମସ୍ୟା ଲାଗିରହେ । ତେଣୁ ଏହି ସମୟରେ ସୁସ୍ଥ ରହିବା ପାଇଁ କେଫିନ ଯୁକ୍ତ ପାନୀୟ କମ କରିବା ଉଚିତ ।

winter drink

 

ଛଣାଛଣି ଖାଦ୍ୟ କମ ଖାଆନ୍ତୁ:

ଥଣ୍ଡା କାରଣରୁ ଏହି ଦିନ ଗରମ ଗରମ ଛଣାଛଣି ଖାଦ୍ୟ ଖାଇବାକୁ ବେଶୀ ଇଚ୍ଛା ହୁଏ । ଏହି କାରଣରୁ ପେଟ ଗରମ ପରି ସମସ୍ୟା ଲାଗିରହେ । ଆଉ ପେଟ ଗରମ ହେଲେ କାଶ ଲାଗି ରୁହେ ।

winter drink  ମିଠା ଖାଦ୍ୟ;

ମିଠା ଖାଦ୍ୟ ମଧ୍ୟ କଫ କାରକ । ତେଣୁ ଏଗୁଡିକର ସେବନ ବି ସୀମିତ ମାତ୍ରାରେ କରିବା ଉଚିତ । ଅଧିକ ମିଠା ଖାଇବା ଫଳରେ ଶରୀରର ରୋଗ ପ୍ରତିରୋଧ କ୍ଷମତା କମିଯାଏ ।

ମାଦକ ଦ୍ରବ୍ୟ ପିଇବା:

ଏମିତିରେ ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । କିନ୍ତୁ ଶୀତ ଋତୁରେ ଏହା ଅଧିକ କୁପ୍ରଭାବ ପକାଇଥାଏ । ବହୁଳ ମାତ୍ରାରେ ମଦ ପିଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା କମିଯାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.