ଦୁଇ ସପ୍ତାହରେ ନୟାଗଡ଼ ନାବାଳିକା ହତ୍ୟା ମାମଲା ସ୍ପଷ୍ଟ ହେବ, ସୂଚନା ଦେଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

କେନ୍ୟୁଜ୍(ବ୍ୟୁରୋ): ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ ହେବ ଚିତ୍ର। ନୟାଗଡ ନାବାଳିକା ହତ୍ୟା ମାମଲାର ତଦନ୍ତ ନେଇ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ହତ୍ୟା ଘଟଣା ନେଇ ସୂଚନା ଦେଲେ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ। ସୂଚନା ପ୍ରଦାନକାରୀଙ୍କୁ ଏକଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ଏସଆଇଟି ଗଠନକୁ ମାତ୍ର ୪ଦିନ ହୋଇଛି। ଯଦୁପୁରରେ ତନାଘନା ଜୋରଦାର କରିଛି ଏସଆଇଟି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ଘରେ ତାକୁ ଜେରା କରିଛି ଟିମ୍‌। ପରେ ତାର ଡ୍ରାଇଭର ବିଜୟ ବେହେରାକୁ ଇଟାମାଟିରୁ ଉଠାଇ ନେଇ ପଚରାଉଚରା କରିଛି ତଦନ୍ତକାରୀ ଟିମ୍‌। ତଦନ୍ତ ପ୍ରକ୍ରିୟାରେ ଗ୍ରାମବାସୀ ବିଶ୍ୱାସ ରଖିଥିବା ସେ କହିଛନ୍ତି।

ନାବାଳିକା ହତ୍ୟା ମାମଲାରେ ତେଜୁଛି ରାଜନୀତି। କଂଗ୍ରେସ ଓ ବିଜେପିର ମୃତ ନାବାଳିକାର ପରିବାରକୁ ଭେଟିଛନ୍ତି। ମୃତ ନାବାଳିକାର ପରିବାରକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି କହିଛି କଂଗ୍ରେସ। ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆଣିଥିବା ବିଜେପି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ଦାବି କରିଛି। ସେପଟେ ତଦନ୍ତ ଚାଲିଥିବା ବେଳେ ବିରୋଧୀ ରାଜନୀତି ନକରିବାକୁ କହିଛି ବିଜେଡ଼ି। ନାବାଳିକାକୁ କୁଟାଖିଅ ନକରନ୍ତୁ। ଦୋହରାନୀତି ଆପଣାଉଛନ୍ତି ବିରୋଧୀ। ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା ବେଳେ ବିରୋଧୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି। ଜାତୀୟ ସ୍ତରକୁ ଗଲାଣି ନୟାଗଡ଼ ନାବାଳିକା ହତ୍ୟା ମାମଲା। ଏହି ଘଟଣାରେ ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.