କେନ୍ୟୁଜ୍(ବ୍ୟୁରୋ): ସାବଧାନ । ଏଣିକି ବାଇକ, ସ୍କୁଟର ଆଦି ଦୁଇଚକିଆ ଯାନର ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିଲେ, ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଟ୍ଵିଟ୍ କରି ଏପରି ଚେତାବନୀ ଶୁଣାଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଦୟାକରି ହେଲମେଟ ପିନ୍ଧନ୍ତୁ ଓ ନିଜ ଜୀବନ ବଞ୍ଚାଇବା ସହ ଜୋରିମାନା ଦେବାରୁ ବଞ୍ଚନ୍ତୁ ବୋଲି ଏସଟିଏ ପକ୍ଷରୁ ଟ୍ଵିଟ କାରାଯାଇଛି ।
Diving licence will be suspended if both the ride and person sitting do not wear helmets. Please wear helmets for your safety. https://t.co/wxLcVVUAEr
— STA Odisha (@STAOdisha) December 5, 2020
ବିନା ହେଲମେଟରେ ଚାଳକ ଓ ବସିଥବା ବ୍ୟକ୍ତି ଧରା ପଡ଼ିଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ମାସ ପାଇଁ ବାତିଲ ହେବା ସହ ଏକହଜାର ଟଙ୍କା ଜରିମନା ଦେବାକୁ ପଡ଼ିବ। ନୂଆ ଟ୍ରାଫିକ ନିୟମରେ ଅନୁସାରେ ହେଲମେଟ ପିନ୍ଧିବାକୁ କଡାକଡି ପାଳନ କରିବାକୁ କୁହାଯାଇଛି। ଗତକାଲି ଆରଟିଓ କଟକ ପକ୍ଷରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । କଟକ ଓଲଟପୁରଠାରେ ହୋଇଥିବା ଯାଞ୍ଚ ବେଳେ ୯୨ ଜଣ ବାଇକ ଚାଳକ ହେଲମେଟ ପିନ୍ଧି ନଥିଲେ । ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିଲା ଓ ୧ ଲକ୍ଷ ୩୪ ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଛି ।