ପାନ ଗୁଟଖା ଖାଉଛନ୍ତି କି? ତେବେ ସରକାରୀ ଚାକିରିର ଆଶା ଛାଡିଦିଅନ୍ତୁ, ସରକାର ନେଲେ କଡା ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ପାନ ଗୁଟଖା ଖାଉଛନ୍ତି କି? ତେବେ ମିଳିବନି ସରକାରରୀ ଚାକିରି। ଏଭଳି  ନିୟମ ଆଣିଛନ୍ତି ଝାଡଖଣ୍ଡ ସରକାର। ଝାଡଖଣ୍ଡ ସରକାର କହିଛନ୍ତି ଯେଉଁ ଆଶାୟୀ ପ୍ରାର୍ଥୀମାନେ ସରକାରୀ ଚାକିରୀ ପାଇଁ  ଆବଦନ କରିବେ ସେହି ସମୟରେ ସମସ୍ତ ଦସ୍ତାବିଜ୍ ସହ ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ।  ସତ୍ୟପାଠରେ ଉଲ୍ଲେଖ ହୋଇଥିବ ଯେ  ସେମାନେ ଆଗରୁ କେବେ ତମାଖୁ ସେବନ କରୁନଥିଲେ ଓ ଚାକିରୀ କରିବା ପରେ କେବେ ବି ତମାଖୁ ସେବନ କରିବେ ନାହିଁ ।

ମଙ୍ଗଳବାର ଦିନ ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ତମାଖୁ କଣ୍ଟ୍ରୋଲ ବୈଠକରେ ଏଭଳି ନିସ୍ପତ୍ତି ନିଆଯାଇଛି । ଏହାସହ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀ ମାନେ ସେମାନଙ୍କ ଦୋକାନରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ବୋଲି ଏହି ବୈଠକରେ ବି ନିସ୍ପତ୍ତି ଗ୍ରହଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.