Below header

ଏହି ଉପାୟରେ ଅଣ୍ଡା ଖାଇବେ ତ ତୁରନ୍ତ କମିବ ଓଜନ, ଜାଣନ୍ତୁ ଖାଇବାର ସଠିକ ଉପାୟ

ଅଣ୍ଡାରେ ପ୍ରୋଟୀନ ଭରପୂର ହୋଇ ରହିଥାଏ। ଏହା ପ୍ରୋଟୀନର ସବୁଠାରୁ ଭଲ ସ୍ରୋତ। ଏହା ଓଜନ ହ୍ରାସ କରିବା ଏବଂ ବଡି ବିଲଡର୍ସଙ୍କର ବହୁତ ପସନ୍ଦର ଭୋଜନ ହୋଇଥାଏ। ଅଣ୍ଡାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଓଜନକୁ ବି ନିୟନ୍ତ୍ରଣରେ ରଖିଥାଏ। ସବୁଠାରୁ ଖାସ୍‌ କଥା ହେଉଛି ଅଣ୍ଡାକୁ ରାନ୍ଧିବା ବହୁତ ସହଜ। ଯାହାଫଳରେ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରାଯାଇପାରିବ।

ଓଜନ କମ୍‌ କରିବା ପାଇଁ ଅଧକାଂଶ ଲୋକ ସିଝା ଅଣ୍ଡାକୁ ଟୋଷ୍ଟ କିମ୍ବା ସିମଲା ଲଙ୍କା ଏବଂ ପାଳଙ୍ଗ ଭଳି ଅଲଗା ଅଳଗା ପରିବା ସହିତ ମିଶାଇ ଖାଇଥାନ୍ତି। କିନ୍ତୁ ଖାଇବା ପିଇବା ଭଳି ଅଣ୍ଡାର ମଧ୍ୟ ଠିମ୍‌ ଭୁଲ ସମୟ ଅଛି। ଯଦି ଅଣ୍ଡାକଚ ସଠିକ ସମୟରେ ଖାଆନ୍ତି ତାହେଲେ ଆପଣଙ୍କ ଓଜନ ବିନା କୌଣସି ଏକ୍ସରସାଇଜରେ ଜଲଦି କମିଯିବ। ଆସନ୍ତୁ ଜାଣିବା କେଉଁ କେଉଁ ସମୟରେ ଅଣ୍ଡାକୁ ଖାଇଲେ ତୁରନ୍ତ ଓଜନ ହ୍ରାସ ହେବ।

egg boilସକାଳ ଟିଫିନରେ

ସକାଳ ବ୍ରେକଫାଷ୍ଟରେ ଅଣ୍ଡା ଅଧିକ ଲାଭଦାୟକ ହୋଇଥାଏ। ଅଣ୍ଡାର ଡିସ ତିଆରି କରିବାରେ ୫ ରୁ ୧୦ ମିନିଟ୍‌ ସମୟ ଲାଗିଥାଏ। ଏଥିରେ ମ୍ୟାଗ୍ନେସିୟମ, ଜିଙ୍କ, ଆଇରନ ଏବଂ ପ୍ରୋଟୀନ ଭଳି ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ମିଳିଥାଏ। ପ୍ରୋଟୀନରେ ଭରପୂର ବ୍ରେକଫାଷ୍ଟ ନେବା ଦ୍ୱାରା ଲମ୍ବା ସମୟ ପଯ୍ୟର୍ନ୍ତ ଭୋକ ଲାଗିନଥାଏ। ଏହାଦ୍ୱାରା ଆପଣ ଅଧିକ ଖାଇବା ଠାରୁ ଦୂରେଇ ରହିପାରିବେ।

ଓ୍ଵାର୍କଆଉଟ ପରେ

ଓ୍ଵାର୍କଆଉଟ ପରେ ବହୁତ ଜୋରସେ ଭୋକ ଲାଗିଥାଏ। ଏଥିପାଇଁ ଏହି ସମୟରେ ଅଣ୍ଡା ଖାଇବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ। ଏହା ଭୋକକୁ ଶାନ୍ତ ରଖିଥାଏ, ଶରୀରରକୁ ଏନର୍ଜୀ ଦେଇଥାଏ ଏବଂ ମାଂସପେଶୀକୁ ରିପାୟର କରିବାରେ ସାହାଯ୍ୟ କରିଥାଏ। ଏହା ଆମ ଶରୀରକୁ ଉତ୍ତମ ପ୍ରୋଟୀନ ଯୋଗାଇଥାଏ। ଓ୍ଵାର୍କଆଉଟ ପରେ ଦୁଇଟି ସିଝା ଅଣ୍ଡା କିମ୍ବା ଟମାଟୋ, ସିମଲା ଲଙ୍କା ଏବଂ ପାଳଙ୍ଗ ମିଶାଇ ଆମଲେଟ୍‌ ବନାଇ ଖାଇପାରିବେ। ଏହାଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିବ।

eggsରାତିରେ କେତେବେବେଳ ଖାଇବେ ଅଣ୍ଡା ଜାଣନ୍ତୁ

କିଛି ଷ୍ଟଡି ଅନୁଯାୟୀ ଡିନର ପରେ ଅଣ୍ଡା ଖାଇବା ଏକ ହେଲଦି ଅପସନ୍‌ ହୋଇଥାଏ। ସେହିପରି ଆଉ କିଛି ଷ୍ଟଡି ଅନୁଯାୟୀ ଡିନର ପରେ ଅଣ୍ଡା ଖାଇବା ଦ୍ୱାରା ଏହା ନିଦକୁ ପ୍ରଭାବିତ କରିଥାଏ। ସେହିପରି ଆଉ କିଛି ଅନୁସନ୍ଧାନରୁ ଜଣାପଡିଛି ରାତି ଡିନର ପରେ ଅଣ୍ଡା ଖାଇବା ଦ୍ୱାରା ନିଦ ଭଲ ହୋଇଥାଏ। ଯଦି ଶୋଇବା ପୂର୍ବରୁ ଅଣ୍ଡା ଖାଇବା ଦ୍ୱାରା ଏହା ଆପଣଙ୍କ ନିଦକୁ ପ୍ରଭାବିତ କରୁନାହିଁ ତାହେଲେ ଏହା ଆପଣଙ୍କ ପାଇଁ ବେଷ୍ଟ ହେବ।

ଓଜନ କମାଇବା ପାଇଁ ଅଣ୍ଡା ରାନ୍ଧିବାର ଠିକ୍‌ ଉପାୟ

  • ସବୁବେଳେ ହେଲଦି ଅଏଲରେ ଅଣ୍ଡା ରାନ୍ଧନ୍ତୁ।
  • ଅଣ୍ଡା ରାନ୍ଧିବା ପାଇଁ ଅତି କମରେ ତେଲର ବ୍ୟବହାର କରନ୍ତୁ।
  • ଅଣ୍ଡାକୁ ଅଧିକ ସମୟ ରାନ୍ଧନ୍ତୁ ନାହିଁ। ଆପଣ ସକାଳ ଟିଫିନରେ, ଡିନର କିମ୍ବା ଓ୍ଵାର୍କଆଉଟ ପରେ ସିଝା ଅଣ୍ଡା କିମ୍ବା ଆମଲେଟ ସେବନ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.