ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଚ-1 ବି ଭିସା ପ୍ରତିବନ୍ଧ ଘୋଷଣା ଉପରେ ରୋକ ଲଗାଇଲେ କୋର୍ଟ

ଆମେରିକାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆମେରିକାର ଏକ ସଂଘୀୟ ନ୍ୟାୟାଧୀଶ ଏଚ-1 ବି ଭିସା ସମେତ ଅନ୍ୟ ୱର୍କ ପରମିଟକୁ ନେଇ କରାଯାଇଥିବା ଫୈସଲା ଉପରେ ଅସ୍ଥାୟୀ ଭାବରେ ପ୍ରତିବନ୍ଧ ଲଗାଇଛନ୍ତି । କୋର୍ଟଙ୍କ ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ ସାମ୍ବିଧାନିକ ନିୟମ ମାନର ଉଲଂଘନ କରି ପ୍ରତିବନ୍ଧ ଲଗାଇଥିଲେ । ନର୍ଦନ ଡିଷ୍ଟ୍ରିକଟ ଅଫ କାଲିଫର୍ନିଆର ଡିଷ୍ଟ୍ରିକଟ ଜଜ ଜେଫରି ବାଇଟ ଗୁରୁବାର ଏହି ଶୁଣାଣି କରିଛନ୍ତି । କହିରଖିବା ଉଚିତ ହେବକି, ଚଳିତ ବର୍ଷ ଜୁନ ମାସରେ ଟ୍ରମ୍ପ ଶାସକିୟ ଆଦେଶ ଜାରି କରି ଆମେରିକା ଓ ଭାରତୀୟ ଆଇଟି ସେକ୍ଟର ଦ୍ୱାରା ବ୍ୟବହାର କରାଯାଉଥିବା ଏଚ-1 ବି ଭିସା, କୃଷି କ୍ଷେତ୍ରରେ ଜାରି କରାଯାଉଥିବା ଏଚ-2 ବି ଭିସା, ସାଂସ୍କୃତିକ ଆଦାନ- ପ୍ରଦାନ ପାଇଁ ଜାରି କରାଯାଉଥିବା ଜେ ଶ୍ରେଣୀ ଭିସା ଓ ବହୁରାଷ୍ଟ୍ରୀୟ କମ୍ପାନୀ ପ୍ରବନ୍ଧକ ତଥା ପ୍ରମୁଖ ପଦଧାରୀଙ୍କ ପାଇଁ ବିଦେଶୀ କର୍ମଚାରୀଙ୍କ ପାଇଁ ଜାରି ହେଉଥିବା ଏଲ ଭିସା ଉପରେ ଅସ୍ଥାୟୀ ଭାବରେ ପ୍ରତିବନ୍ଧ ଲଗାଇଥିଲେ ।

ଏନେଇ ରାଷ୍ଟ୍ରପତି ଯୁକ୍ତି ବାଢି ଥିଲେକି, ଦେଶ ନିଜ ଘରୋଇ କର୍ମଚାରୀଙ୍କ ଚାକିରୀକୁ ସୁରକ୍ଷିତ ରଖିବା ନିହାତି ଜରୁରୀ ହୋଇପଡିଛି । ସେସମୟରେ କୋଭିଡ ମହାମାରୀ କାରଣରୁ ଲକ୍ଷ ଲକ୍ଷ କର୍ମଚାରୀ ନିଜ ଚାକିରୀ ହରାଇ ବସିଥିଲେ । କିନ୍ତୁ ଅନ୍ୟପକ୍ଷରେ ଆଇଟି ସେକ୍ଟର ତଥା ଅନ୍ୟ ଆମେରିକୀୟ କମ୍ପାନୀ ଗୁଡିକର ପ୍ରତିନିଧି ମାନେ ଭିସା ରୋକକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କରୋନା ସଂକ୍ରମିତ ଜଣାପଡିବା ପରେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଟ୍ରମ୍ପଙ୍କ ପତ୍ନୀ ମେଳେନିଆ ଟ୍ରମ୍ପ ବି କରୋନା ସଂକ୍ରମିତ ବୋଲି ଜଣାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ଆସିବା ପରେ ସେମାନେ ପଜିଟିଭ ବୋଲି ଜଣାଯାଇଛନ୍ତି । ନିଜେ ଟ୍ରମ୍ପ ବି ଏବାବଦରେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.