ଶୀତଦିନେ ଏହି ଟିପ୍ସ ବଢ଼ାଇପାରେ ଆପଣଙ୍କ ଜୋତାର ଆୟୁ

ଶୀତଦିନେ ଜୋତାର ଖାସ୍‌ ଯତ୍ନ ନେବା ନିହାତି ଦରକାର। ଜୋତାକୁ ସୁରକ୍ଷିତ ରଖିବା ପାଇଁ ସ୍ପ୍ରେ କିମ୍ବା ଓ୍ଵାକ୍ସ ବ୍ୟବହାର କଲେ ଆପଣଙ୍କ ଜୋତାର ଆୟୁ ବଢ଼ିଥାଏ। ଆଜି ଆମେ ଆପଣଙ୍କୁ ଶୀତ ଋତୁରେ ଜୋତାକୁ ସଫା ତଥା ସୁରକ୍ଷିତ ରଖିବା ପାଇଁ କିଛି ଟିପ୍ସ ବିଷୟରେ କହିବୁ।

୧.ଶୀତଦିନେ ଆପଣ ସ୍ପ୍ରେ ଲଗାଇ ଜୋତାକୁ ସୁରକ୍ଷିତ ରଖିପାରିବେ।

୨. ଘରକୁ ଆସିଲେ ଜୋତାକୁ ମଇଶ୍ଚରରୁ ରକ୍ଷା କରିବା ପାଇଁ ବ୍ରଶ କିମ୍ବା ପେପର କାଗଜରେ ସଫା କରିପାରିବେ।

୩. ଚମଡ଼ା ଜୋତାକୁ ଶୁ ଓ୍ଵାକ୍ସରେ ପଲିସ୍‌ କରିବାକୁ ଭୁଲନ୍ତୁ ନାହିଁ। ଏହା ଜୋତାର ଚମକକୁ ବଜାୟ ରଖିଥାଏ। ଯଦି ଆପଣ ଗୋଟିଏ ସପ୍ତାହରୁ ଅଧିକ ଦିନ ଧରି
ଜୋତା ପିନ୍ଧି ନାହାନ୍ତି, ତା’ହେଲେ ଏହାକୁ ମୋଟା କାଗଜ ନ ହେଲେ ବାକ୍ସରେ ଢ଼ାଙ୍କିକି ରଖନ୍ତୁ।

୪. ଜୋତା ଉପରେ ଦାଗ, ଚିହ୍ନ ହଟାଇବା ପାଇଁ ଭିନେଗାର ବ୍ୟବହାର କରି ତାହାକୁ ତୂଳାରେ ରଗଡ଼ି ଛଡ଼ାନ୍ତୁ।

୫. ଜୋତାକୁ ପିନ୍ଧିବା ପୂର୍ବରୁ ନିଜ ଗୋଡ଼କୁ ନିଶ୍ଚିତ ସଫା କରନ୍ତୁ। ନଚେତ୍‌ ଜୋତା ଖରାପ ହୋଇଯିବାର ଆଶଙ୍କା ଥାଏ।

୬. ହାଲୁକା ମଇଶ୍ଚର ହୋଇଥିଲେ ଜୋତାକୁ ରେଡିଏଟର କିମ୍ବା ହିଟରରେ ଶୁଖାଇବା ଉଚିତ ନୁହେଁ। କାରଣ, ଏହାଦ୍ୱାରା ଆପଣଙ୍କ ଜୋତା ଫାଟି ଯାଇପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.