Below header

ସଣ୍ଡେ ସ୍ପେଶିଆଲ ଘରେ ବନାନ୍ତୁ ଦମ୍ ଏଗ୍ ବିରିୟାନୀ, ନିଅନ୍ତୁ କିଛି ନିଆରା ସ୍ଵାଦର ମଜା

ଆବଶ୍ୟକୀୟ ସାମଗ୍ରୀ

  • ବିରିୟାନୀ ରାଇସ୍ ୫୦୦ ଗ୍ରାମ
  • ସିଝା ଅଣ୍ଡା ୬ ଟି
  • ଦହି ୫୦ ଗ୍ରାମ
  • ଅଦା ରସୁଣ ପେଷ୍ଟ ୨ ଚାମଚ
  • ଗରମ୍ ମସଲା (ଜିରା, ଲବଙ୍ଗ, ଅଳେଇଚ, କାଠମସଲା, ଗୋଲମରିଚ)
  • ଧନିଆ ଗୁଣ୍ଡ
  • ଲଙ୍କାଗୁଣ୍ଡ
  • ହଳଦୀ ଗୁଣ୍ଡ
  • ଗରମ୍ ମସଲା ଗୁଣ୍ଡ
  • ବିରିୟାନୀ ମସଲା
  • କାଜୁ ଅଳ୍ପ
  • ପୋଦିନା ପତ୍ର
  • ଧନିଆ ପତ୍ର
  • ଫ୍ରାଏଡ୍ ପିଆଜ
  • ତେଲ
  • ସ୍ଵାଦ ଅନୁସାରେ ଲୁଣ

Egg Biryani Recipe: How to Make Egg Biryani | Egg Biryani by ...

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ୍ ପାତ୍ରରେ ପାଣି ଗରମ୍ କରି ସେଥିରେ ବିରିୟାନୀ ରାଇସ୍, ଗରମ୍ ମସଲା, ଅଳ୍ପ ତେଲ ଓ ଲୁଣ ପକେଇ ଘୋଡାଇ ଦିଅନ୍ତୁ । ଚାଉଳ ୮୦ ପ୍ରତିଶତ ସିଝିଗଲା ପରେ ଏହାକୁ ଗାଳି ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନରେ କିଛି ତେଲ ଗରମ୍ କରି ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ଦେଇ ସେଥିରେ ଅଣ୍ଡା ପକାଇ ଫ୍ରାଏ କରନ୍ତୁ । ଫ୍ରାଏ ହୋଇଗଲା ପରେ ଅଣ୍ଡା ଗୁଡିକ କାଢି ସେହି ତେଲରେ ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ । ମସଲା କଷି ହୋଇଗଲା ପରେ ସେଥିରେ ଦହି, କାଜୁ, ଗରମ୍ ମସଲା ଗୁଣ୍ଡ, ଧନିଆ ଗୁଣ୍ଡ, ଫ୍ରାଏଡ୍ ପିଆଜ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ । ଏହିସବୁ ଭଲଭାବେ କଷି ହୋଇଗଲା ପରେ ସେଥିରେ ଧନିଆପତ୍ର ଓ ପୋଦିନା ପତ୍ର ପକାଇ ଗୋଳାଇ ଦିଅନ୍ତୁ । ଆଉ ତାପରେ ସେଥିରେ ଫ୍ରାଏଡ୍ ଅଣ୍ଡା ଗୁଡିକ ପକାଇ ଦିଅନ୍ତୁ । ଫ୍ରାଏ ପ୍ରସ୍ତୁତ ହୋଇଗଲା ପରେ ସେଥିରୁ ଅଧା ଅଣ୍ଡା ଗୋଟିଏ ପ୍ଲେଟରେ କାଢି ସେଥିରେ ଅଧା ରାଇସ୍ ଦିଅନ୍ତୁ ତାପରେ ବାକିତକ ଅଣ୍ଡା ଦେଇ ବଳକା ରାଇସକୁ ସେଥିରେ ଦେଇ ଦିଅନ୍ତୁ । ଆଉ ତା ଉପରେ ଫ୍ରାଏଡ୍ ପିଆଜ କଟା ଧନିଆ ଓ ପୋଦିନା ପତ୍ର ବିରିୟାନୀ ମସଲା ଏବଂ ଅଳ୍ପ ଟିକେ ପାଣି ଛିଞ୍ଚି ଏହାକୁ ଧିମା ଆଞ୍ଚରେ ୧୦ ମିନିଟ୍ ପର୍ଯ୍ୟନ୍ତ ବସାଇ ଦିଅନ୍ତୁ । ବର୍ତ୍ତମାନ୍ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ଦମ୍ ଏଗ୍ ବିରିୟାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.