ଡିନରରେ ପ୍ରସ୍ତୁତ କରନ୍ତୁ ପନୀର ଭୁୁର୍ଜି, ଓଜନ କଣ୍ଟ୍ରୋଲ୍‌ ହେବା ସହିତ ମିଳିବ ଟେଷ୍ଟି ସ୍ୱାଦ

ଆବଶ୍ୟକ ସାମଗ୍ରୀ

  • ୧୦୦ ଗ୍ରାମ – ପନୀର
  • ପିଆଜ
  • ଟମାଟୋ
  • ଧନିଆ ପତ୍ର
  • କଞ୍ଚା ଲଙ୍କା
  • ହଳଦି
  • କ୍ଷୀର
  • କସ୍ତୁରୀ ମେଥି
  • ଗରମ ମସଲା
  • ହେଙ୍ଗୁ
  • ଜିରା
  • ଲୁଣ
  • ଘିଅ କିମ୍ବା ତେଲ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ପନୀରକୁ କଦ୍ଦୁକସ୍‌ କରିନିଅନ୍ତୁ । ତାପରେ ହାତରେ ମଳିଦିଅନ୍ତୁ। ପିଆଜ ଏବଂ ଟମାଟୋକୁ ଛୋଟ ଛୋଟ କରିି କାଟିଦିଅନ୍ତୁ । ଏବେ ପ୍ୟାନରେ ଘିଅ କିମ୍ବା ତେଲ ପକାଇ ହେଙ୍ଗୁ, ଜିରା ଏବଂ ପିଆଜ ପକାନ୍ତୁ। ଯେତେବେଳେ ପିଆଜ ଭାଜି ହୋଇଯିବ ସେତେବେଳେ ଏଥିରେ ଲୁଣ ପକାଇ ଦିଅନ୍ତୁ । ଏହାପରେ କସ୍ତୁରୀ ମେଥି ପକାଇ ଦିଅନ୍ତୁ । ଏହାପରେ ଏଥିରେ କଞ୍ଚା ଲଙ୍କା ଏବଂ ଟମାଟୋ ପକାଇ ଦିଅନ୍ତୁ । ଏହାପରେ ହଳଦି ପକାଇ ଭଲଭାବେ ଭାଜି ଦିଅନ୍ତୁ । ଏବେ ଅଳ୍ପ ଗରମ ମସଲା ପକାଇ ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ ସ୍କିପ୍‌ ମଧ୍ୟ କରିପାରିବେ । ଏବେ ଏଥିରେ ପାଣି ସ୍ଥାନରେ ଅଳ୍ପ କ୍ଷୀର ବିି ପକାଇ ପାରିବେ । ଏହାକୁ ସେତେ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଚଲାନ୍ତୁ ଯେତେ ପର୍ଯ୍ୟନ୍ତ ଏ ନ ସୁଖିଛି। ଏବେ ଏଥିରେ ଆପଣ ପନୀର ପକାନ୍ତୁ ଏବଂ ଏହାକୁ ଭଲଭାବେ ଚଲାନ୍ତୁ। କିଛି ସମୟ ପରେ ଏଥିରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ। ଏବେ ଆପଣଙ୍କ ପନୀର ଭୁର୍ଜି ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.