Below header

ସକାଳକୁ କରନ୍ତୁ ଆହୁରି ମଜାଦାର, ଆଜି ଘରେ ବ୍ରେଡ ସାହାଯ୍ୟରେ ବନାନ୍ତୁ ପିଲାମାନଙ୍କ ମନ ପସନ୍ଦର ବ୍ରେକଫାଷ୍ଟ

ଆବଶ୍ୟକୀୟ ସାମଗ୍ରୀ

  • ବ୍ରେଡ ୪ ପିସ୍
  • ଘିଅ ୧ ଚାମଚ
  • ପିଆଜ ଗୋଟିଏ
  • ଟମାଟୋ ଗୋଟିଏ
  • କଞ୍ଚାଲଙ୍କା ୨ ଟି
  • ଧନିଆପତ୍ର
  • ହଳଦୀ ଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଧନିଆ ଗୁଣ୍ଡ
  • ସୋରିଷ
  • ତେଲ
  • ସ୍ଵାଦ ଅନୁସାରେ ଲୁଣ

Bread Upma Recipe ~ The Terrace Kitchen

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନରେ ବ୍ରେଡକୁ ଘିଅ ଲଗାଇ ଭଲଭାବେ ସେକି ଦିଅନ୍ତୁ । ଆଉ ତାପରେ ଏହି ବ୍ରେଡକୁ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । ବର୍ତ୍ତମାନ୍ ଆଉ ଏକ ପ୍ୟାନରେ କିଛି ତେଲ ଗରମ୍ କରି ସେଥିରେ ସୋରିଷ ଫୁଟାଇ ଦିଅନ୍ତୁ । ତାପରେ ସେଥିରେ ପିଆଜ ଓ କଞ୍ଚାଲଙ୍କା ପକାଇ ଭାଜନ୍ତୁ । ଟିକିଏ ଭାଜି ହୋଇଗଲା ପରେ ସେଥିରେ ଟମାଟୋ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଧନିଆ ଗୁଣ୍ଡ ଓ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏହା ଭଲଭାବେ ଫ୍ରାଏ ହୋଇଗଲା ପରେ ସେଥିରେ କାଟି ରଖିଥିବା ବ୍ରେଡକୁ ପକାଇ ମିକ୍ସ କରିଦିଅନ୍ତୁ ଏବଂ ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ଭାଜି ଶେଷରେ ସେଥିରେ ଧନିଆପତ୍ର କାଟି ପକାଇଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ବ୍ରେକଫାଷ୍ଟ । ଏହାକୁ ଆପଣ ଗରମ୍ ଗରମ୍ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.