Below header

ଓମିକ୍ରନ ଠାରୁ ପିଲାଙ୍କୁ କେମିତି ସୁରକ୍ଷିତ ରଖିବେ ପଢ଼ନ୍ତୁ ଟିପ୍ସ, ସଂକ୍ରମଣ ପାଖ ମାଡିବନି

ଓମିକ୍ରନର ଭୟ ଏବେ ସବୁ ଲୋକଙ୍କ ମନରେ। ଖାସ କରି ବାପା ମାଆଙ୍କର ନିଜ ପିଲାଙ୍କୁ ନେଇ ନିଦ ଉଡିଯାଇଛି। କାହିଁକିନା ବୟଷ୍କଙ୍କୁ ଟିକା ଦିଆଯାଇସାରିଛି। କିନ୍ତୁ ଏବେ ସୁଦ୍ଧା ପିଲାଙ୍କ ପାଇଁ ଭ୍ୟାକସିନ୍‌ ଆସିନାହିଁ। ଏମିତିରେ କରୋନାର ନୂଆ ଭାରିଆଣ୍ଟ ଠାରୁ ନିଜ ପିଲାମାନଙ୍କୁ ସୁରକ୍ଷା ଦେବାପାଇଁ ବାପା ମାଆଙ୍କ ପାଇଁ ଏହି ସମୟ କୌଣସି ଚ୍ୟାଲେଞ୍ଜ ଠାରୁ କମ୍‌ ନୁହେଁ। ବିଶେଷଜ୍ଞମାନେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କିଛି ଟିପ୍ସ ଜଣାଇଛନ୍ତି ଯାହାକୁ ଆପଣଙ୍କୁ ନିଶ୍ଚୟ ଫଲୋ କରିବାକୁ ହେବ। ଯାହାଦ୍ୱାରା ଆପଣ ଆପଣଙ୍କ ପିଲାକୁ ସୁରକ୍ଷା ଦେଇପାରିବେ।

ଟିକା ଆସିବା ପର୍ଯ୍ୟନ୍ତ ନିଜର ଛୋଟ ପିଲାଙ୍କୁ କେମିତି ସୁରକ୍ଷା ଦେବେ ଜାଣନ୍ତୁ

maskଡବ୍ୟୁଏଚଓ ମୁତାବକ ସାର୍ବଜନିକ ଜାଗାରେ ଆପଣଙ୍କ ବ୍ୟବହାର ଏହା ଧାର୍ଯ୍ୟ କରିଥାଏ ଯେ ଆପଣ ଆପଣଙ୍କ ପିଲାଙ୍କୁ କେତେ ସୁରକ୍ଷିତ ରଖିପାରୁଛନ୍ତି। ମାସ୍କ, ଦୂରତା ଏବଂ ହାତକୁ ପରିସ୍କାର ରଖିବା ନିୟମକୁ ଧ୍ୟାନରେ ରଖିବା ଉଚିତ। ଘରକୁ ଫେରିବା ପରେ ହାତ ଧୋଇ ହିଁ ପିଲାଙ୍କ ପାଖକୁ ଯାଆନ୍ତୁ। ଯଦି ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ ବା ଆପଣଙ୍କୁ ଥଣ୍ଡା ଜ୍ୱର କାଶ ହେଉଛି ତେବେ ଏଭଳି ସ୍ଥିତିରେ ଆପଣ ପିଲାଙ୍କ ଠାରୁ ଦୂରେଇ ରୁହନ୍ତୁ। ଏହି କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଯେ ଆପଣଙ୍କ ପିଲା କାହା ସମ୍ପର୍କରେ ଆସୁଛି।

ପିଲାମାନଙ୍କ ପାଇଁ ଦେଶରେ ଜାଇଡସ୍‌ କ୍ୟାଡିଲା କମ୍ପାନୀ ବିନା ଛୁଞ୍ଜି ବିଶିଷ୍ଟ ତିନୋଟି ଡୋଜ ବାଲା ଏକ ଟିକା ‘ଜାଇକବ’ ତିଆରି କରିଛି। ଏହି ଟିକାକୁ ଦେଶରେ ୧୨ ବର୍ଷ ଏବଂ ତାଠାରୁ କମ୍‌ ବୟସର ପିଲାଙ୍କୁ ଦିଆଯିବାକୁ ମଞ୍ଜୁରୀ ଦିଆଯାଇଛି।
ତେବେ ଜନ୍‌ ହପକିନ୍ସ ମେଡିସିନ୍‌ ମୁତାବକ କରୋନାର ନୂଆ ଭାରିଆଣ୍ଟ ବିରୁଦ୍ଧରେ ବୟସ୍କଙ୍କୁ ଯେତିକି ବିପଦ ରହିଛି ସେତିକି ବିପଦ ପିଲାମାନଙ୍କୁ ନେଇ ମଧ୍ୟ ଅଛି। କିନ୍ତୁ ପିଲାମାନଙ୍କର ପ୍ରତିରକ୍ଷା ତନ୍ତ୍ର ବା ଇମ୍ୟୁନିଟୀ ପାଓ୍ଵାର ପ୍ରାକୃତିକ ରୂପରେ ଅଧିକ ମଜବୁତ୍‌ ଥାଏ ଏବଂ ଯେଉଁ ପିଲା ଯଦି ବି ସଂକ୍ରମିତ ହୁଅନ୍ତି ତାହେଲେ ସେମାନଙ୍କୁ ହାଲକା ସଂକ୍ରମଣ ହିଁ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.