ଜ୍ୱର ଓ ମୁଣ୍ଡବିନ୍ଧାରୁ ଉପଶମ ଦେବ ଚନ୍ଦନ; ଏମିତି କରନ୍ତୁ ବ୍ୟବହାର

ଭାରତରେ କିଛି ପରମ୍ପରା ଶହ ଶହ ବର୍ଷ କାଳରୁ ଚାଲି ଆସୁଛି। ମଥାରେ ଚନ୍ଦନ ଲଗାଇବା ମଧ୍ୟ ସେଥିରୁ ଗୋଟିଏ। ପୂଜାପାଠରେ ଚନ୍ଦନର ବିଶେଷ ମହତ୍ତ୍ୱ ରହିଛି। ଏହା ବ୍ୟତୀତ ଅନେକ କସ୍‌ମେଟିକ ପ୍ରଡକ୍ଟରେ ବି ଚନ୍ଦନର ବ୍ୟବହାର କରାଯାଇଥାଏ। ମାର୍କେଟରେ ଚନ୍ଦନର ଫେସ୍‌ ପ୍ୟାକ୍‌ ଠାରୁ ଆରମ୍ଭ କରି ପରଫ୍ୟୁମ୍‌, ରୁମ୍‌ ଫ୍ରେଶ୍‌ନର ଭଳି ଅନେକ ପ୍ରଡକ୍ଟ ଉପଲବ୍ଧ ହୋଇଥାଏ। ତେବେ ବଦଳୁଥିବା ଟ୍ରେଣ୍ଡ ସହିତ ଏମିତି ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ମଥାରେ ଚନ୍ଦନ ତିଳକ ଲଗାଇ ଥାଆନ୍ତି। ଆଜି ଆମେ ଆପଣଙ୍କୁ ଚନ୍ଦନର ଏମିତି କିଛି ଗୁଣ ବିଷୟରେ କହିବୁ, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଚନ୍ଦନର ଲେପ୍‌ ଲଗାଇବା ଆରମ୍ଭ କରି ଦେବେ।

ଜ୍ୱରରୁ ଉପଶମ ଦେବ ଚନ୍ଦନ

ଜ୍ୱରରେ ଶରୀରର ତାପମାତ୍ରାକୁ କମ୍‌ କରିବା ପାଇଁ ସବୁବେଳେ ଥଣ୍ଡା ପାଣିର ପଟି ମଥା ଉପରେ ରଖା ଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଜ୍ୱରରୁ ଭଲ ହେବା ପାଇଁ ଚନ୍ଦନ ମଧ୍ୟ ବ୍ୟବହାର କରାଯାଇଥାଏ। ବାସ୍ତବରେ, ଶରୀର ଉପରେ ଚନ୍ଦନର ପ୍ରଭାବ ଥଣ୍ଡା ହୋଇଥାଏ। ଜ୍ୱର ସମୟରେ ମଥାରେ ଚନ୍ଦନର ଲେପ ଲଗାଇବା ଦ୍ୱାରା ଏହା ପ୍ରାକୃତିକ ଔଷଧ ରୂପେ କାମ କରିଥାଏ। ଚନ୍ଦନର ଲେପ ଦ୍ୱାରା ଶରୀରର ତାପମାତ୍ରା ସାମାନ୍ୟ ହେବାକୁ ଲାଗିଥାଏ।

ଉଜ୍ଜ୍ୱଳ ତ୍ୱଚା ପାଇଁ ଚନ୍ଦନ

ବର୍ତ୍ତମାନ ସମୟରେ ଲୋକମାନେ ପୁଣି ପୁରୁଣା ଜମାନାକୁ ଫେରିଯାଇ ପ୍ରାକୃତିକ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଏହି କାରଣରୁ ଅନେକ କସ୍‌ମେଟିକ୍‌ ପ୍ରଡକ୍ଟରେ ଚନ୍ଦନ ବ୍ୟବହାର କରାଯିବାକୁ ଲାଗିଲାଣି। ତେବେ ଆପଣ ତ୍ୱଚାର ଉଜ୍ଜ୍ୱଳତା ପାଇଁ ଚନ୍ଦନ ପାଉଡରର ଫେସ୍‌ ପ୍ୟାକ୍‌ ମଧ୍ୟ ଲଗାଇ ପାରିବେ। ଏଥିରୁ ନା କେବଳ ସ୍କିନରେ ଗ୍ଲୋ ଆସିଥାଏ, ବରଂ ରଙ୍ଗ ମଧ୍ୟ ଫିଟିଯିବାକୁ ଲାଗିଥାଏ। ଆପଣ ହଳଦୀ ଏବଂ ଚନ୍ଦନକୁ ମିଶାଇ ବି ନିଜ ଚେହେରାରେ ଲଗାଇ ପାରିବେ।

ମୁଣ୍ଡ ବିନ୍ଧାରେ ଲାଭଦାୟକ ହୋଇଥାଏ

ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଚନ୍ଦନର ଉପଯୋଗ କରି ପାରିବେ। ଅନେକ ବାର ଗରମ ଯୋଗୁ ମୁଣ୍ଡ ତାତି ଯାଇଥାଏ, ଯାହା କି ପରବର୍ତ୍ତୀ ସମୟରେ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ। ମୁଣ୍ଡ ଭିତରେ ଖରା ପଶିଗଲେ ମୁଣ୍ଡ ବିନ୍ଧା ହୋଇଥାଏ। ଏମିତି ସ୍ଥିତିରେ ଆପଣ ଚନ୍ଦନର ଲେପ ଲଗାଇବା ଉଚିତ। ଏହାଦ୍ୱାରା ମସ୍ତିଷ୍କ ଥଣ୍ଡା ରହିଥାଏ ଏବଂ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.