ଆପଣ ବି ଦିନକୁ ୮ ଘଣ୍ଟାରୁ କମ ଶୋଉଛନ୍ତିକି, ଜାଣିରଖନ୍ତୁ କଣ ହୋଇଥାଇ ପାରେ କାରଣ

ଗୋଟେ ସୁସ୍ଥ ଜୀବନ ଶୈଳୀ ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିଦ ନିହାତି ଜରୁରୀ ହୋଇଥାଏ । ଡାକ୍ତର ମାନେ ବି ଦିନକୁ ଅତି କମରେ ୭ ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିକି ଦିନକୁ ଯେ କେବଳ ୮ ଘଣ୍ଟାର ନିଦ ଦରକାର ତାହା ନୁହେଁ । ଖୁବ ଗଭୀର ନିଦ ହେବା ବି ଅତି ଆବଶ୍ୟକ । “ୟୁନିଭର୍ସିଟି ଅଫ କାର୍ଲିଫର୍ନିଆ”ର ଗବେଷକଙ୍କ କହିବା ଅନୁଯାୟୀ, ଯେଉଁମାନେ ଗଭୀର ନିଦ୍ରାରେ ଶୁଅନ୍ତି ସେମାନେ କେବଳ ମାନସିକ ରୋଗର ଶିକାର ହୁଅନ୍ତି ନାହିଁ, ସେମାନେ ନ୍ୟୁରୋଡ଼ିଜେନେରେଟିଭ ପ୍ରତିରୋଧି ବି ହୋଇଥାନ୍ତି | ଆଉ ସେମାନଙ୍କ ଠାରେ ନ୍ୟୁରୋଲୋଜିକାଲ ଡିଜିଜ ହେବାର ଆଶଙ୍କା ମଧ୍ୟ ଖୁବ କମ ହୋଇଥାଏ । ଏବାବଦରେ “ଆଇସାଇନ୍ସ” ନାମକ ଏକ ଜର୍ନାଲରେ ପ୍ରକାଶିତ ହୋଇଛି ।

ପ୍ରସିଦ୍ଧ ନ୍ୟୁରୋଲୋଜିସ୍ଟ ତଥା ଗବେଷକ ଲୁଇସ ପତାସେକଙ୍କ କହିବା ଅନୁଯାୟୀ, ପ୍ରତିଦିନ ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ୮ ଘଣ୍ଟାର ନିଦ ନିହାତି ଆବଶ୍ୟକ । କିନ୍ତୁ ଆଉ ଏକ ଗବେଷଣାରୁ ଜଣାଯାଇଛିକି ମଣିଷକୁ କେବଳ ୮ ଘଣ୍ଟାର ନିଦ ନୁହେଁ ଗଭୀର ନିଦ ବି ଦରକାର । କିନ୍ତୁ ଆଉ ଏକ ଷ୍ଟଡି ଅନୁଯାୟୀ ମଣିଷର ନିଦ ଅନୁବଂଶିକ ଉପରେ ଅଧିକ ନିର୍ଭରଶିଳ ହୋଇଥାଏ । ଠିକ ଯେମିତି ମଣିଷର ରଙ୍ଗ, ବର୍ଣ୍ଣ, ଉଚ୍ଚତା ସମେତ ସମ୍ପୂର୍ଣ୍ଣ ଶାରୀରିକ ଗଠନ ଆଦି ଅନୁବଂଶିକ ଉପରେ ନିର୍ଭର କରିଥାଏ । ଠିକ ସେମିତି ସଠିକ ପରିମାଣର ନିଦ ବି ଅନୁବଂଶିକ ହୋଇଥାଏ । ଲୁଇସ ଓ ତାଙ୍କର ଜଣେ ସହାୟକ ଲେଖକ ୟିଙ୍ଗ ହୁଈ ଫୁ ପ୍ରାୟ ଏକ ଦଶନ୍ଧି ଧରି ବେଇଲ ଇନଷ୍ଟିଟ୍ୟୁଟ ଫର ନ୍ୟୁରୋସାଇସେନ୍ସର ସଦସ୍ୟ ଥିବାବେଳେ ଫ୍ୟାମିଲିୟନ ନ୍ୟାଚୁରାଲ ସାର୍ଟ ସ୍ଲିପର ଲୋକଙ୍କ ଉପରେ ଅଧ୍ୟୟନ ମଧ୍ୟ କରୁଛନ୍ତି । ରାତିରେ ଚାରିରୁ ଛ ଘଣ୍ଟା ପର୍ଯ୍ୟନ୍ତ ଶୋଉଥିବା ଲୋକଙ୍କୁ ଏହି ଲିସ୍ଟରେ ସାମିଲ କରାଯାଇଛି । ଏଯାବତ ପ୍ରାୟ ପାଞ୍ଚ ପ୍ରକାରର ଜିନମ ବାବଦରେ ତଥ୍ୟ ହାସଲ କରାଯାଇପାରିଛି ଯେଉଁମାନଙ୍କର ନିଦ ଉପରେ ଏକ ବଡ ଭୂମିକା ରହିଛି । ଆଉ ବର୍ତ୍ତମାନ ସମୟରେ ଏମିତି ଅନେକ ପ୍ରକାରର ଜିନ୍ସ ଖୋଜିବା ନେଇ ଚେଷ୍ଟା ଜାରିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.