ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ରାଜ୍ୟପାଳ: ରାମ ମନ୍ଦିର ନିର୍ମାଣ ଲାଗି ଓଡ଼ିଶାର ସୀତାକୁଣ୍ଡରୁ ଗଲା ପାଣି

ମାଲକାନଗିର  (କେନ୍ୟୁଜ): ବଣ୍ଡାଘାଟିକୁ ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କ ଗସ୍ତ । ବଣ୍ଡାଘାଟିର ଉନ୍ନତି ମୂଳକ କାମ ଗୁଡିକର ଅନୁଧ୍ୟାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ରାଜ୍ୟପାଳ ଭୁବନେଶ୍ୱର ବିମାନବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୮.୩୫ ସମୟରେ ବାହାରି ୧୦.୩୫ ରେ କୋରାପୁଟ ବିଏସଏଫ ହେଲିପ୍ୟାଡରେ ପହଞ୍ଚିଥିଲେ । ସେଠାରୁ ୧୧ ଟାରେ ବାହାରି ୧୧.୪୫ରେ ବଣ୍ଡାଘାଟିର ବିଏସଏଫ ହେଲିପ୍ୟାଡରେ ପହଞ୍ଚିଥିଲେ । ୧୨ଟାରେ ବିଏସଏଫ କ୍ୟାମ୍ପ ରୁ ବାହାରି ବଣ୍ଡାଘାଟିର ସୀତାକୁଣ୍ଡରେ ନିକଟରେ ପହଂଚିଥିଲେ ।

ସୀତାକୁଣ୍ଡରେ ପୁରାଣବର୍ଣିତ ସୀତାକୁଣ୍ଡରୁ ଜଳ ସଂଗ୍ରହ କରି ଶ୍ରୀଲଙ୍କା ର ଅଶୋକବନରୁ ବାହାରିଥିବା ରଥରେ ସଂଗୃହିତ ଜଳ ଅଯୋଧ୍ୟା ପଠାଯିବ । ସୀତାକୁଣ୍ଡରେ ଏକ କବି ସମ୍ମିଳନୀ ରେ ଯୋଗଦେଇ ବଣ୍ଡାଘାଟିର ଉନ୍ନତି ମୂଳକ କାମ ଗୁଡିକର ଅନୁଧ୍ୟାନ କରିଥିଲେ । ଦିନ ୧.୧୫ ରେ ବଣ୍ଡାଘାଟିର ବିଏସଏଫ ହେଲିପ୍ୟାଡରୁ ଭୁବନେଶ୍ୱର ଅଭିମୁଖେ ଫେରିଥିଲେ । ପୌରାଣିକ ବର୍ଣ୍ଣିତସୀତାକୁଣ୍ଡ କିଛି ବିଶେସ୍ୱତଃ ରହିଛି ଯାହାକି ଏହି ସୀତା କୁଣ୍ଡ ରେ ସୀତା ସ୍ନାନ କରିଥିଲେ।ତେଣୁ ଏଠାରୁ ପବିତ୍ର ଜଳ ଗ୍ରହଣ କରି ଅଯୋଧ୍ୟା କୁ ପଠାଯିବାର କାର୍ଯ୍ୟକ୍ରମ ଥିଲା। ରାଜ୍ୟପାଳଙ୍କ ଗସ୍ତକୁ ନେଇ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.