ଶରୀରର ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରେ କରମଙ୍ଗା, ଜାଣନ୍ତୁ ଆଉ କଣ ରହିଛି ଏହାର ଅନ୍ୟସବୁ ଫାଇଦା

ଗାଁ ଗହଳିରେ କରମଙ୍ଗା ଗଛ ଅନେକ ମାତ୍ରାରେ ଦେଖାଯାଏ । ଲୋକେ ଏହାକୁ ଏକ ସାଧାରଣ ଫଳ ଭାବି ଖାଉଥିଲେ ମଧ୍ୟ ଏହାର ପ୍ରକୃତ ଗୁଣ ବାବଦରେ ହୁଏତ ଅଜଣା ଥାନ୍ତି |। ଏହା ଏକ ସାଇଟ୍ରିକ ଏସିଡ ଯୁକ୍ତ ଫଳ ହୋଇଥିବା ବେଳେ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ- ସି ଥାଏ । ଏହା ବାଦ ଏହି ଫଳରେ ଭାରି ରହିଥିବା ଅନ୍ୟାନ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ବାବଦରେ ଆସନ୍ତୁ ଜାଣି ରଖିବା:
– ଦେଖିବାକୁ ହାଲକା ସବୁଜ ରଙ୍ଗର ହୋଇଥିବା ବେଳେ ପାଟିକୁ ମଧ୍ୟ ଏହା ହାଲକା ଖଟା ଲାଗିଥାଏ । ପାଚିଲା ପରେ ଏହାର ରଙ୍ଗ ଈଷତ ହଳଦିଆ ରଙ୍ଗ ହୋଇଯାଏ । ସାଧାରଣତଃ ପ୍ରାୟ ସମସ୍ତ ଜଳବାୟୁରେ ଏହି ଫଳ ଦେଖାଯାଏ । ମୂଳ ରୂପରେ ଏହା ଏକ ଭାରତୀୟ ଫଳ ହୋଇନଥିଲେ ମଧ୍ୟରେ ଭାରତରେ ବର୍ଷ ତମାମ ଏହା ଉପଲବ୍ଧ ହୋଇଥାଏ ।
– ଏହାକୁ ଭାରତୀୟ ମାନେ ସାଲାଡ଼, ଆଚାର, ଚଟଣି, ସ୍ନାକ୍ସ, ଡ୍ରିଂକ୍ସ ଆଦି ମାଧ୍ୟମରେ ବ୍ୟବହାର କରିଥାନ୍ତି ।
– ଏଥିରୁ ପ୍ରଚୁର ମାତ୍ରାରେ ଭିଟାମିନ- ସି ମିଳୁଥିବାରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଏହା ବିଶେଷ ସହାୟକ ହୋଇଥାଏ ।
– ନିୟମିତ ଭାବରେ ଉଚିତ ପରିମାଣରେ ଏହାକୁ ସେବନ କଲେ ପେଟ ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଵିଶେଷଜ୍ଞ ମାନେ ମତ ଦେଇଛନ୍ତି । କାରଣ ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ପାଚନ ତନ୍ତ୍ର ଉପରେ ସିଧାସଳଖ ପ୍ରଭାବ ପଡିଥାଏ ।
– ଏହାବାଦ ଏହି ଫଳରେ ପ୍ରଚୁର ମାତ୍ରାରେ ଭିଟାମିନ- ବି, ମ୍ୟାଗନେସିୟମ, ଆଇରନ ମହଜୂତ ଥାଏ । ଏହି ସବୁ ଶରୀରରେ ରକ୍ତର ମାତ୍ରା ବଢାଇବା ସହ ଏହାର ପ୍ରବାହକୁ ସରଳ କରିଥାଏ । ହୃଦ ରୋଗ ପରି ସମସ୍ୟା ସହ ଲଢ଼ିବାରେ ଏହି ଫଳ ବିଶେଷ ସହାୟକ ହୋଇଥାଏ |
– ଏହାବାଦ କ୍ୟାନ୍ସର ପରି ମାରାତ୍ମକ ରୋଗ ସହ ଲଢ଼ିବାରେ ବି ଏହି ଫଳ ବିଶେଷ ସହାୟକ ହୋଇଥାଏ । ଏହା ସହ ଶରୀର ମଧ୍ୟରେ ଥିବା ହାନିକାରକ ବ୍ୟାକ୍ଟେରିଆ ମାନଙ୍କୁ ଏହା ନଷ୍ଟ କରିଥାଏ ।