Below header

୪୬୬ କିଲୋ ସୁନାରେ ତିଆରି ହୋଇଥିଲା ତାଜମହଲର କଳସ, କାହିଁକି ବଦଳାଗଲା ତମ୍ବାରେ ଆଉ କିଏ ନେଲା ଏହି ସୁନା

ମୋଗଲ ଯୁଗରେ ଶାହ ଜାହାନଙ୍କ ରାଜତ୍ୱକୁ ସୁବର୍ଣ୍ଣ ଯୁଗ କୁହାଯାଏ । ଶାହ ଜାହାନ କୋହିନୁର ସମେତ କୋଟି କୋଟି ଟଙ୍କାର ଅଳଙ୍କାର ଦ୍ୱାରା ସୁନାର ତଖ୍ତ-ଏ-ତାଉସ (ପାଇକ ସିଂହାସନ) ନିର୍ମାଣ କରିଥିଲେ । ୧୭୩୯ ମସିହାରେ ଦିଲ୍ଲୀର ଲାଲକିଲ୍ଲାରୁ ନାଦିରଶାହ ଲୁଟ କରିଥିଲେ । ଶାହଜାହାନ ମଧ୍ୟ ତାଜର ଗମ୍ବୁଜ ଉପରେ ସୁନାର କଳସ ତିଆରି କରିଥିଲେ । ଏଥିରେ ୪୬୬ କିଲୋଗ୍ରାମ ସୁନା ବ୍ୟବହୃତ ହୋଇଥିଲା । ୧୮୧୦ ମସିହାରେ, ବ୍ରିଟିଶ ଅଧିକାରୀ ଜୋସେଫ ଟେଲର ଏହାକୁ ହଟାଇ ଏକ ସୁନାରେ ପଲିସ୍ ହୋଇଥିବା ତମ୍ବା କଳସ ଲଗାଇ ଦେଲେ । ତେବେ ଏହି କଳସକୁ ଏପର‌୍ୟ୍ୟନ୍ତ ତିନିଥର ବଦଳାଯାଇଛି । ଇତିହାସରେ ‘ସୋନେକା ଚିଡ଼ିଆ’ କୁହାଯାଉଥିବା ଭାରତକୁ ଯଦି ଲୁଟ୍ ହୋଇନଥାନ୍ତା ତେବେ ଆଜି ଆମ ଦେଶର ଦୃଶ୍ୟ କିଛି ଅଲଗା ହୋଇଥାନ୍ତା ।

ଐତିହାସକ ରାଜକିଶୋର ରାଜେ ତାଙ୍କ ପୁସ୍ତକ ‘ତାୱାରିଖ-ଏ-ଆଗ୍ରା’ରେ ତାଜମହଲର କଲଶକୁ ତିନିଥର ପରିବର୍ତ୍ତନ କରିବା ବିଷୟରେ ସମ୍ପୂର୍ଣ୍ଣ ଉଲ୍ଲେଖ କରିଛନ୍ତି । ରାଜେ ଲେଖିଛନ୍ତି ଯେ ତାଜମହଲର କଳସ ୪୦ ହଜାର ଓଜନ (୪୬୬ କିଲୋଗ୍ରାମ) ସୁନାରେ ନିର୍ମିତ ହୋଇଥିଲା । ଏହି ସୁନା ରାଜକୋଷରୁ ଦିଆଯାଇଥିଲା । ଲାହୋରରୁ ଡକାଯାଇଥିବା କାଜିମ ଖାନଙ୍କ ତତ୍ତ୍ୱାବଧାନରେ ଏହି କଳସ ପ୍ରସ୍ତୁତ କରାଯାଇଥିଲା । ଏହା ଉପରେ ଚନ୍ଦ୍ର ଏବଂ କଳସ ଅଙ୍କାଯାଇଥିଲା । ୧୮୧୦ ମସିହାରେ ବ୍ରିଟିଶ ଅଧିକାରୀ ଜୋସେଫ ଟେଲରଙ୍କ ଦ୍ୱାରା ଏହି ସୁନା ଲୁଟି ନିଆଯାଇଥିଲା । ତା ବଦଳରେ ଏଠାରେ ସୁନାରେ ପଲିସ୍ ହୋଇଥିବା ତମ୍ବାରେ ତିଆରି ଏକ କଳସ ଦ୍ୱାରା ବଦଳାଯାଇଥିଲା । ପରବର୍ତ୍ତୀ ସମୟରେ ୧୮୭୬ ଏବଂ ୧୯୪୦ ମସିହାରେ ପୁଣିଥରେ ଏହି କଳସ ବଦଳାଯାଇଥିଲା ।

ଆଜିକାଲି ବୃଦ୍ଧି ପାଉଥିବା ସୁନାର ମୂଲ୍ୟ ଅନୁଯାୟୀ ଯଦି ତାଜମହଲର ସୁନାରେ ତିଆରି କଳସ ପରିବର୍ତ୍ତନ ହୋଇନଥାନ୍ତା । ତେବେ ଏହାର ମୂଲ୍ୟ ବଜାର ମୂଲ୍ୟ ଅନୁଯାୟୀ ପ୍ରାୟ ୨୪୫ କୋଟିରୁ ଅଧିକ ହୋଇଥାନ୍ତା । ଯଦିଓ ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱ ଥିବାରୁ ଏହାର ବଜାର ମୂଲ୍ୟ ଆହୁରି ବି ଅଧିକ ହୋଇପାରିଥାନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.