Below header

ଶୀତଦିନେ ବ୍ୟବହାର କରନ୍ତୁ ନଡ଼ିଆ ତେଲ, ଜାଣନ୍ତୁ ଏହାର ୪ଟି ଚମତ୍କାରୀ ଲାଭ

ଶୀତଦିନେ ଆପଣ ରୂପି ଏବଂ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ କି, ତା’ହେଲେ ଆଜି ଆମେ ଆପଣଙ୍କୁ ଏହାର ସରଳ ସମାଧାନ ବିଷୟରେ କହିବୁ। ଏ ସବୁ ସମସ୍ୟାକୁ ଚୁଟକିରେ ଦୂର କରିବ ନଡ଼ିଆ ତେଲ। ଆପଣ ଚାହିଁଲେ ଏହାକୁ ନିଜ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଚେହେରା ପାଇଁ ମଧ୍ୟ ଉପଯୋଗ କରିପାରିବେ। ନଡ଼ିଆ ତେଲ ଆପଣଙ୍କୁ ସବୁ ଦିଗରୁ ତୁରନ୍ତ ଆରାମ ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ଏହାର ଚମତ୍କାରୀ ଲାଭ ବିଷୟରେ।

oil2

୧. ଯଦି ଆପଣ ଥଣ୍ଡା, ଜ୍ୱରରେ ପୀଡିତ, ତେବେ କ୍ୟାମୋମିଲ ଟି ରେ ଏକ ଚାମଚ ନଡ଼ିଆ ତେଲ ମିଶାଇ ପିଅନ୍ତୁ।

୨. ନଡ଼ିଆ ତେଲ ଆପଣଙ୍କ ଶିଶୁକୁ ଡାଇପର ରାସେସରୁ ଛୁଟକାରା ଦେବ। ଯେତେବେଳେ ବି ଆପଣ ଡାଇପର ବଦଳାଇବେ, ପ୍ରଭାବିତ ସ୍ଥାନରେ ନଡ଼ିଆ ତେଲ ଲଗାଇବେ। ଏହା ରାସେସରୁ ବର୍ତ୍ତିବା ପାଇଁ ଉତ୍କୃଷ୍ଟ ତରିକା।

oil3

୩. ନଡ଼ିଆ ତେଲରେ ଲେମ୍ବୁ ରସ ମିଶାଇ ପ୍ରତ୍ୟେକ ରାତିରେ ମୁଣ୍ଡରେ ହାଲୁକା ଭାବେ ମାଲିସ କରନ୍ତୁ। ଏମିତି ସପ୍ତାହେ ପର୍ଯ୍ୟନ୍ତ କଲେ କେଶର ଶୁଷ୍କପଣ ଦୂର ହୋଇଯିବ। ଏପରିକି କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯିବ।

oil4

୪. ନଡ଼ିଆ ତେଲରେ ଲେମ୍ବୁ ରସ ଏବଂ କର୍ପୂର ମିଶାଇ ମୁଣ୍ଡରେ ମାଲିସ କଲେ କେଶ ରୋଗ ସବୁ ଭଲ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.