Below header

୪୦୦ ବର୍ଷ ପରେ ସୌରମଣ୍ଡଳରେ ହେବ ବିରଳ ସଂଯୋଗ, ଅତି ନିକଟତର ହେବେ ବୃହସ୍ପତି ଓ ଶନି

ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଖ୍ରୀଷ୍ଟମାସରେ ସୌରମଣ୍ଡଳରେ ଅତି ନିକଟତର ହେବେ ବୃହସ୍ପତି ଓ ଶନି । ପ୍ରାୟ ୪୦୦ ବର୍ଷ ପରେ ସୌରମଣ୍ଡଳର ଦୁଇଟି ବୃହତ୍ତମ ଗ୍ରହ ଅତି ନିକଟତର ହେବାକୁ ଯାଉଛନ୍ତି । ଡିସେମ୍ବର ୨୧ ତାରିଖ ରାତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ । ବୃହସ୍ପତି ଓ ଶନି ଆକାଶରେ ଏତେ ନିକଟତର ହେବେ, ଯେ ଗୋଟିଏ ଗ୍ରହ ପରି ଦେଖାଯିବେ । ଏହାକୁ ଏକ ବଡ଼ ସଂଯୋଗ ବୋଲି କୁହାଯାଉଛି । ପ୍ରତି ୨୦ ବର୍ଷରେ ଥରେ ଏମିତି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥାଏ । ହେଲେ ପ୍ରାୟ ୪୦୦ ବର୍ଷ ପରେ ଏହି ଗ୍ରହ ଦୁଇଟି ପରସ୍ପରର ଅତି ନିକଟତର ହେବେ । ଶେଷ ଥର ପାଇଁ ଏଭଳି ମହାମିଳନ ୧୬୨୩ ମସିହା ଜୁଲାଇ ୧୬ରେ ଦେଖାଯାଇଥିଲା । ଏକ ବିରଳ ଘଟଣା ବୋଲି କହିଛି ରାଇସ୍ ୟୁନିଭରସିଟି । ଡିସେମ୍ବର ୧୬ ତାରିଖରୁ ୨୫ ତାରିଖ ମଧ୍ୟରେ ପ୍ରତିଦିନ ସଂଧ୍ୟା ପରେ ପଶ୍ଚିମ ଆକାଶରେ ଏକ ଘଣ୍ଟା ପାଇଁ ବୃହସ୍ପତି ଓ ଶନି ନିକଟତର ହେବେ । ହେଲେ ୨୧ ତାରିଖରେ ଅଧିକ ନିକଟତର ହେବେ ।

ବୃହସ୍ପତି ସୂର୍ଯ୍ୟଙ୍କୁ ପରିକ୍ରମା କରବାକୁ ୧୧.୮୭ ବର୍ଷ ନେଉଥିବା ବେଳେ ଶନି ୨୯ ଦଶମିକ ୪ ବର୍ଷ ନେଇଥାଏ । ପ୍ରତି ୧୯ ଦଶମିକ ୮୫ ବର୍ଷରେ ରାତି ଆକାଶରେ ବୃହସ୍ପତି ଶନିକୁ ଅତିକ୍ରମ କରୁଥିବାର ଦେଖାଯାଏ । ମହାମିଳନ ସମୟରେ ଯାହା ଦେଖାଯାଏ ତାହା ଧିର ଗତିଶୀଳ ଶନିକୁ ବୃହସ୍ପତି ଅତିକ୍ରମ କରୁଥିବାର ଘଟଣା । ମହାମିଳନ ଆକାଶରେ ପୂର୍ବ ସ୍ଥାନର ପ୍ରାୟ ୧୧୭ ଡିଗ୍ରୀ ଆଗକୁ ଘଟେ ଓ ପ୍ରାୟ ୮୦୦ ବର୍ଷରେ ଆକାଶର ସମାନ ଅଂଶକୁ ଫେରିଯାଏ । ୨୦୪୦ ମସିହା ଡିସେମ୍ବର ୨୧ରେ ପରବର୍ତ୍ତି ବୃହଷ୍ପତି ଓ ଶନିର ମିଳନ ହେବ । ସବୁଠୁ ଭଲ ଖବର ହେଉଛି ନିକଟରେ ବୃହଷ୍ପତି ଏବଂ ଶନି ପୁଣି ଥରେ ସୂର୍ଯ୍ୟୋଦୟ ପରେ ଆକାଶରେ ୦.୦୬ ଡିଗ୍ରୀ ନିକଟରେ ସୂର୍ଯ୍ୟଙ୍କ ଠାରୁ ୪୩ ଦଶମିକ ୫ ଡିଗ୍ରୀ ଉପରେ ଦେଖାଯିବ ।

ତେବେ ଏହା ୧୫ ମାର୍ଚ୍ଚ ୨୦୮୦ରେ ଘଟିବ । ଏବେ ସୂର୍ଯ୍ୟାସ୍ତ ପରେ ବୃହଷ୍ପତି ଓ ଶନି ଉତ୍ତର-ପୂର୍ବ ଦିଗବଳୟରେ ଅଳ୍ପ ଉପରେ ଖାଲିଆଖିରେ ଖୁବ ସୁନ୍ଦର ଭାବେ ଦେଖାଯାଉଛି । ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ପ୍ରତି ଦିନ ଏହି ଦୁଇଟି ଗ୍ରହ ମଧ୍ୟରେ ଥିବା ଦୂରତା କମିବ ଓ ଏମାନେ ନିକଟତର ହୋଇ ଖୁବ ପାଖାପାଖି ଦେଖାଯିବେ । ଡିସେମ୍ବର ୨୧ତାରିଖରେ ସୂର୍ଯ୍ୟାଦୟର ଏକ ଘଣ୍ଟା ପରେ ପଶ୍ଚିମ ଦିଗବଳୟ ଉପରେ ଏକତ୍ର ଦେଖାଯିବେ । ବୃହସ୍ପତି ଓ ଶନି ମଧ୍ୟରେ ଦୂରତା ୦.୧ ଡିଗ୍ରୀ ରହିବ । ଭାରତ ତଥା ରାଜ୍ୟର ସବୁ ସ୍ଥାନରେ ଏହି ବିରଳ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ । ଛୋଟ ଦୂରବୀକ୍ଷଣରେ ଏକ ସମୟରେ ବୃହଷ୍ପତି ଓ ତାର ୪ ଉଗଗ୍ରହ, ଶନି ଓ ତାର ଏକ ଉପଗ୍ରହ ଦେଖିହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.