ଏହି ଲୋକଙ୍କ ପାଇଁ ମାରାତ୍ମକ ହେଉଛି ଅମୃତଭଣ୍ଡା, ଭାବି ଚିନ୍ତି ଖାଆନ୍ତୁ

ଫଳ ସ୍ୱାସ୍ଥ୍ୟ ପାଇଁ ହିତକର । ତେବେ କିଛି ଫଳ ଖାଇବା ଦ୍ୱାରା ମଧ୍ୟ ଶରୀରର ଅହିତ ହୋଇଥାଏ । ସବୁ ଫଳ ସମସ୍ତଙ୍କ ପାଇଁ ଲାଭକାରୀ ହୋଇ ନଥାଏ । ଆସନ୍ତୁ ଆଜି ଜାଣିବା ଅମୃତଭଣ୍ଡା କାହା ପାଇଁ ହିତକାରୀ ଓ କାହାପାଇଁ ଅହିତକାରୀ । ଅମୃତଭଣ୍ଡା ଭିଟାମିନ୍‌, ଫାଇବର, କ୍ୟାଲ୍‌ସିୟମ୍‌ ଓ ଏଣ୍ଟି ଅକ୍ସିଡାଣ୍ଟରେ ଭରପୁର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ହଜମ ଶକ୍ତି ମଜଭୁତ ହୋଇଥାଏ । ତେବେ କିଛି ଲୋକଙ୍କ ପାଇଁ ଏହା ଅନିଷ୍ଟକାରୀ ହୋଇଥାଏ । ଏମାନେ ଅମୃତଭଣ୍ଡା ଖାଇବା ପୂର୍ବରୁ ଡାକ୍ତରଙ୍କ ଉପଦେଶ ନେବା ଜରୁରୀ ।

ଗର୍ଭାବସ୍ଥାରେ ମହିଳା ସେବନ କରନ୍ତୁ ନାହିଁ

ଅମୃତଭଣ୍ଡା ସେବନ ଲାଭକାରୀ ହେଲେ ବି ଗର୍ଭାବସ୍ଥାରେ ଏହାକୁ ଖାଇବା ହାନୀକାରକ ହୋଇଥାଏ । ଏଥିରେ ଥିବା ପେପେନ୍‌ ନାମକ ତତ୍ତ୍ୱ ଗର୍ଭରେ ବଢ଼ୁଥିବା ଶିଶୁକୁ ଅନିଷ୍ଟ ପହଞ୍ଚାଇଥାଏ । ତେଣୁ ଅମୃତଭଣ୍ଡା ଖାଇବାକୁ ହେଲେ ଡାକ୍ତରଙ୍କ ଉପଦେଶ ନେବା ଜରୁରୀ ।

ଏଲର୍ଜି : ଏହି ରୋଗ ଥିବା ବ୍ୟକ୍ତି ଅମୃତଭଣ୍ଡା ଖାଇବା ଉଚିତ ନୁହେଁ । ଏହାକୁ ଖାଇବା ଦ୍ୱାରା ଚର୍ମରେ ଜ୍ୱଳନ ଓ କୁଣ୍ଡାଇହେବା ହୋଇଥାଏ । ଏହାଛଡ଼ା ମୁଣ୍ଡ ବିନ୍ଧା, ମୁଣ୍ଡ ଘୁରାଇବା ଓ ଚିଡ୍‌ ଚିଡା ସ୍ୱଭାବ ସୃଷ୍ଟି ହୋଇଥାଏ ।

ଏହାଛଡ଼ା ବ୍ଲଡ ସୁଗାର, ଶ୍ୱାସ ସମସ୍ୟା ଓ ହାର୍ଟ ସମ୍ବନ୍ଧୀୟ ରୋଗ ଥିଲେ ଅମୃତଭଣ୍ଡା ଖାଇବା ଉଚିତ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.