ଚା’ ସହିତ କେବେ ବି ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ ସହିବାକୁ ପଡିବ ଅନେକ କ୍ଷତି

ସକାଳ ଓ ସନ୍ଧ୍ୟା ହେଲେ ଲୋକେ ଚା’ ପିଇବାକୁ ବେଶ୍‌ ପସନ୍ଦ କରନ୍ତି। ଆଉ ଲୋକେ ସବୁବେଳେ ଚା’ ସହିତ ବେସନରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ତାହା ପକୁଡି ହେଉ ଅବା ଅନ୍ୟ କୌଣସି ଜିନିଷ। କିନ୍ତୁ ଆପଣଙ୍କର ଏହି ଅଭ୍ୟାସ ଶରୀର ପାଇଁ ଆଦୌ ଠିକ୍‌ ନୁହେଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଚା’ ସହିତ ବେସନରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶରୀରରୁ ପୋଷକ ତତ୍ତ୍ୱ କମ୍‌ ହୋଇଯାଏ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ, ଚା’ ସହିତ କେବେ କିଛି କଞ୍ଚା ଜିନିଷ ଖାଆନ୍ତୁ ନାହିଁ। ଚା’ ସହିତ ଏଗୁଡିକ ଖାଇଲେ ସ୍ୱାସ୍ଥ୍ୟ ଓ ପେଟକୁ କ୍ଷତି ପହଞ୍ଚେ। ତେଣୁ କେବେ ବି ଚା’ ସହିତ ସାଲାଡ, ଗଜା ହୋଇଥିବା ଜିନିଷ କିମ୍ବା କଞ୍ଚା ଫଳ ଖାଇବା ଉଚିତ ନୁହେଁ।

ଚା’ ପିଇବା ସମୟରେ କିମ୍ବା ଚା’ ପିଇବାର ତୁରନ୍ତ ପରେ ଏପରି ଜିନିଷ ଖାଆନ୍ତୁ ନାହିଁ, ଯେଉଁଥିରେ ହଳଦୀର ମାତ୍ରା ଅଧିକ ରହିଥିବ। ଚା’ ଏବଂ ହଳଦୀରେ ଥିବା ରାସାୟନିକ ତତ୍ତ୍ୱ ପରସ୍ପର ମଧ୍ୟରେ କ୍ରିୟା କରି ରାସାୟନିକ କ୍ରିୟା କରିଥାଏ। ଯାହହା ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଏ। ଏହା ପେଟ ପାଇଁ କ୍ଷତିକାରକ ହୋଇଥାଏ।

ବିସ୍କୁଟରେ ଥିବା ହାଇଡ୍ରୋଜେନେଟେଡ ଫ୍ୟାଟ୍ସ ମାତ୍ରା ରହିଥାଏ । ବିସ୍କୁଟ ଫ୍ୟାଟ ଫ୍ରି ହୋଇ ନଥାଏ । ତେଣୁ ଯଦି ଆପଣ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଆନ୍ତି ତେବେ ଏହାଦ୍ୱାରା ଆପଣ ମୋଟା ହୋଇପାରନ୍ତି । ଆପଣଙ୍କ ଚର୍ମ ସମ୍ପର୍କିତ ସମସ୍ୟା ବଢ଼ିପାରେ ।

ଅଣ୍ଡାରେ ପ୍ରୋଟିନର ଭଲ ମାତ୍ରା ରହିଥାଏ। କିନ୍ତୁ ଭୁଲ୍‌ରେ ମଧ୍ୟ ଚା’ ସହିତ ଅଣ୍ଡା ସେବନ କରନ୍ତୁ ନାହିଁ।

eating egg
pc: TOI

ଅନେକ ଲୋକ ଚା’ ସହିତ ଲେମ୍ବୁ ଚିପୁଡି ଲେମନ ଟି କରି ପିଇଥାନ୍ତି। କିନ୍ତୁ ଏହା ଏସିଡିଟି ଏବଂ ପାଚନ ସମ୍ବନ୍ଧୀୟ, ଗ୍ୟାସ ସମସ୍ୟା ଉତ୍ପନ୍ନ କରିଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, କେବେ ବି ଚା’ ସହିତ ଲେମ୍ବୁ ଭଳି ଖଟାଜାତୀୟ ଜିନିଷ ପକାଇ ପିଅନ୍ତୁ ନାହିଁ।

ବିସ୍କୁଟ ରିଫାଇନ୍ଡ ଅଟାରେ ତିଆରି ହୋଇଥାଏ । ଏଥିରେ ଫାଇବର ମାତ୍ରା ନଥିବାରୁ ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ବଢ଼ିଥାଏ । ବିସ୍କୁଟରେ ବିଏଚଏ ଓ ବିଏଚଟି ନାମକ ଦୁଇଟି ପ୍ରିଜରଭେଟିଭ ପକାଯାଇଥାଏ । ଯାହାକି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ ।

ବିସ୍କୁଟରେ ଶୁଗାର ମାତ୍ରା ଅଧିକ ଥିବାରୁ ଏହା ଦାନ୍ତ ପାଇଁ ଖରାପ ହୋଇଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଦାନ୍ତର ଏନାମଲେ ଖରାପ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.