Below header

କେବେ ଆପଣଙ୍କ ଜୀବନରେ ଆସିବ ଗୋଲଡେନ୍‌ ଟାଇମ୍‌, ଅଙ୍କ ଜ୍ୟୋତିଷରେ ଏଭଳି ଜାଣନ୍ତୁ

ଆମ ଜୀବନରେ କେତେବେଳେ ଭଲ ଏବଂ ଖରାପ ଆସିଥାଏ ଆମେ କେହି ଜାଣିନଥାନ୍ତି। କିନ୍ତୁ ଅଙ୍କ ଜ୍ୟୋତିଷ ମୁତାବକ ଆମ ମଣିଷ ମାନଙ୍କ ଜୀବନରେ କେତେବେଳେ ଭଲ ସମୟ ଆସିବ ତାହା ଆମେ ପତ୍ତା ଲଗାଇପାରିବା। ଅଙ୍କ ଜ୍ୟୋତିଷ ମାଧ୍ୟମରେ ଅନେକ ସମସ୍ୟାର ସମାଧାନ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଜନ୍ମତିଥି ଅନୁଯାୟୀ କେମିତି ପତ୍ତା ଲଗାଇପାରିବେ, ଆପଣଙ୍କ ଜୀବନରେ କେବେ ଆସିବ ଗୋଲଡେନ୍‌ ଟାଇମ୍‌ କେବେ ଆସିବ। ଅଙ୍କ ଜ୍ୟୋତିଷ ମାଧ୍ୟମରେ ଜନ୍ମତିଥି ମୂଲାଙ୍କ ବାହାର କରି ପତ୍ତା ଲଗାଇ ପାରିବେ ଯେ ଆପଣଙ୍କ ଜୀବନରେ ସୁବର୍ଣ୍ଣ ସମୟ କେବେ ଆସିବ।

ଏପରି ଜାଣନ୍ତୁ ଆପଣଙ୍କ ମୂଲ୍ୟାଙ୍କ

ଯେଉଁ ଲୋକଙ୍କର ଜନ୍ମ ୧ ରୁ ୯ ତାରିଖ ଭିତରେ ହୋଇଥିବ ତାଙ୍କର ମୂଲ୍ୟାଙ୍କ ଜନ୍ମ ତାରିଖ ଅନୁଯାୟୀ ହିଁ ହେବ। କିନ୍ତୁ ଯେଉଁ ଲୋକଙ୍କର ଜନ୍ମ ୧୦ ରୁ ୩୧ ତାରିଖ ଭିତରେ ହୋଇଥିବ, ସେମାନେ ଏହି ଦୁଇ ଅଙ୍କକୁ ଯୋଡି ମୂଲ୍ୟାଙ୍କ ବାହାର କରିପାରିବେ। ଯେମିତିକି ୧୨ ତାରିଖର ଜନ୍ମ ହୋଇଥିଲେ ମୂଲ୍ୟାଙ୍କ ୩ ହେବ।

  • ମୂଲ୍ୟାଙ୍କ ୧ ଥିବା ଲୋକଙ୍କର ଭାଗ୍ୟଶାଳୀ ୨୨ ବର୍ଷ ହୋଇଥାଏ। ଏହି ବର୍ଷ ତାଙ୍କୁ ସଫଳତା ଅଧିକ ମିଳିବ।
  • ମୂଲ୍ୟାଙ୍କ ୨ ଥିବା ଲୋକଙ୍କ ପାଇଁ ୨୪ ବର୍ଷ ଶୁଭ ରହିବ। ଏହି ବର୍ଷରେ ଆପଣଙ୍କୁ ଖୁବ୍‌ ଉନ୍ନତି ମିଳିବ।
  • ମୂଲ୍ୟାଙ୍କ ୩ ଥିବା ଲୋକଙ୍କ ପାଇଁ ୩୨ ବର୍ଷ ବୟସରେ ସଫଳତା ମିଳିଥାଏ।
  • ସେହିପରି ମୂଲ୍ୟାଙ୍କ ୪ ଥିବା ଲୋକଙ୍କର ୩୬ ଏବଂ ୪୨ ବର୍ଷ ବହୁତ ଭାଗ୍ୟଶାଳୀ ବର୍ଷ ହୋଇଥାଏ। ଏହି ବର୍ଷରେ ସେମାନଙ୍କୁ ଖୁବ୍‌ ଉନ୍ନତି ଏବଂ ସଫଳତା ମିଳିଥାଏ।
  • ମୂଲ୍ୟାଙ୍କ ୫ ଥିବା ଲୋକଙ୍କ ପାଇଁ ୩୨ ବର୍ଷ ବୟସରେ ଭଲ ହେବ। ଏହି ବର୍ଷ ଆପଣଙ୍କୁ ବହୁତ ସଫଳତା ମିଳିବା ସହିତ ଉନ୍ନତି କରିବେ।
  • ଯେଉଁମାନଙ୍କ ମୂଲ୍ୟାଙ୍କ ୬ ସେମାନଙ୍କ ଭାଗ୍ୟଶାଳୀ ବର୍ଷ ୨୫ ବର୍ଷ। ଏହି ବୟସରେ ଏମାନଙ୍କୁ ଖୁବ୍‌ ସଫଳତା ମିଳିବାର ଯୋଗ ରହିଛି।
  • ମୂଲ୍ୟାଙ୍କ ୭ ଥିବା ଲୋକଙ୍କ ପାଇଁ ଭାଗ୍ୟଶାଳୀ ବୟସ ୩୮ ଏବଂ ୪୪ ବର୍ଷ।
  • ସେହିପରି ମୂଲ୍ୟାଙ୍କ ୮ ଥିବା ଲୋକଙ୍କ ପାଇଁ ଭାଗ୍ୟଶାଳୀ ବୟସ ୩୬ ଏବଂ ୪୨ ବର୍ଷ।
  • ମୂଲ୍ୟାଙ୍କ ୯ ବର୍ଷ ବୟସ ପାଇଁ ୨୮ ବର୍ଷ ଖୁବ୍‌ ଉନ୍ନତି ନେଇ ଆସିଥାଏ। ଏହି ବର୍ଷରେ ଖୁବ୍‌ ସଫଳତା ମିଳିଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.