ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ, ପାୱାର ପ୍ରକଳ୍ପ ଅଧୀନସ୍ଥ ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ୍‌ ଭାବେ କରୁଥିଲେ କାମ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ । ନିଖୋଜ ଯୁବକ ଭଦ୍ରକ ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତର ନାଗାର୍ଜୁନ ଦାସ । ସେ ଉତ୍ତରାଖଣ୍ଡରେ ଥିବା ଋଷିଗଙ୍ଗା ପାୱାର ପ୍ରକଳ୍ପ ଅଧୀନସ୍ଥ ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲେ ।

ରବିବାର ହୋଇଥିବା ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ଥିବାବେଳେ ନାଗାର୍ଜୁନ ମଧ୍ୟ ନିଖୋଜ ଥିବା ଜଣାପଡିଛି । ତାଙ୍କ ସହ କୌଣସି ଯୋଗାଯୋଗ ହୋଇନପାରିବାରୁ ପରିବାରଲୋକେ ଚିନ୍ତାରେ ପଡିଯାଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.