Below header

ସାଦା ପୋଷାକରେ ଚୋର ଧରିବାକୁ ଯାଇ ଫସିଗଲେ ପୋଲିସ୍‌ କର୍ମଚାରୀ, ପିଲା ଚୋର ସନ୍ଦେହରେ ଗାଁ ଲୋକେ ନିର୍ଦ୍ଧୁମ ଛେଚିଲେ

ଅନୁଗୁଳ : ଚୋର ଧରିବାକୁ ଯାଇ ଗାଁ ଲୋକଙ୍କ ଠାରୁ ଖାଇଲେ ଛେଚା। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ପୋଲିସ୍‌ । ପୋଲିସ ସାଦା ପୋଷାକରେ ଗାଁକୁ ଚୋର ଧରିବାକୁ ଯାଇଥିବା ବେଳେ ପିଲା ଚୋର ସନ୍ଦେହରେ ଗାଁ ଲୋକ ମାଡ ମାରିବା ସହ ଗାଡି ଭଙ୍ଗାରୁଜ୍ଜା କରିଛନ୍ତି ।

କିଛି ପୋଲିସ କର୍ମଚାରୀ ଜଣେ ଚୋରକୁ ଧରିବାକୁ ସାଧା ପୋଷାକରେ ଗାଁକୁ ଯାଇଥିଲେ । ଗାଁରେ ବୁଲାବୁଲି କରୁଥିବା ବେଳେ ପିଲାଚୋର ସନ୍ଦେହରେ ଗାଁ ଲୋକ ଏକାଠି ହୋଇ ମିଳିତ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ପୋଲିସ ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ଶୁଣି ନଥିଲେ । ଖବର ପାଇ ବଅଁରପାଳ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ମୁକୁଳାଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରା ଯାଇଛି । ଗିରଫଦାରୀ ଭୟରେ ପୁରୁଷଶୂନ୍ୟ ହୋଇ ପଡିଛି ଗାଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.