କେବେ ଭାବିଛନ୍ତି କାହିଁକି ବାଦାମକୁ ଭିଜାଇ ଖାଇବାକୁ କୁହାଯାଇଥାଏ, ଯଦି ନାଁ ତେବେ ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଯେ ବାଦାମ ଖାଇବା ଶରୀର ପାଇଁ ବହୁତ ଲାଭକାରୀ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ବାଦାମକୁ ଭିଜାଇ ଖାଇବାକୁ କାହିଁକି କୁହାଯାଏ? କେବେ ଭାବିଛନ୍ତି କି କାହିଁକି ବାଦାମକୁ ଭିଜାଇ ଖାଇବାକୁ ହିଁ କୁହାଯାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ବାଦାମରେ ଅନେକ ଭିଟାମିନ ଏବଂ ମିନେରାଲସ୍‌ ମିଳିଥାଏ। ଏଥିରେ ଭିଟାମିନ ଇ, ଜିଙ୍କ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଓମେଗା ୩ ଫ୍ୟାଟି ଏସିଡ୍‌ ଭରପୂର ମାତ୍ରାରେ ରହିଥାଏ।

nutsଏହି ପୋଷକ ତତ୍ତ୍ୱ ଯେମିତି ଆପଣଙ୍କୁ ପୂରା ମିଳିପାରିବ ଏଥିପାଇଁ ବାଦାମକୁ ରାତିସାରା ଭିଜାଇ ରଖି ସକାଳୁ ଖାଇବାକୁ କୁହାଯାଏ।ବାଦାମ ଚୋପାରେ ଏମିତି ଏକ ତତ୍ୱ ରହିଛି ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଫାଇଦା ଦେଇନଥାଏ।

ସେଥିପାଇଁ ଯଦି ଆମେ ବାଦାମକୁ ରାତିସାରା ଭିଜାଇ ରଖନ୍ତି ତେବେ ଏହାର ଚୋପା ସହଜରେ ବାହାରି ଯାଇଥାଏ। ଚୋପା ଛଡାଇ ଖାଇବା ଦ୍ୱାରା ବାଦାମର ଅଧିକ ପୋଷଣ ଶରୀରକୁ ମିଳିଥାଏ।

Leave A Reply

Your email address will not be published.