Below header

ନିଲାମ ହେବ ଓଡ଼ିଶାର ୧୦ଟି ଲୁହାପଥର ମାଙ୍ଗାନିଜ୍‌ ଖଣି, ଜାରି ହେଲା ବିଜ୍ଞପ୍ତି

କେନ୍ୟୁଜ୍: ନିଲାମ ହେବ ଓଡ଼ିଶାର ୧୦ଟି ଲୁହାପଥର ମାଙ୍ଗାନିଜ୍‌ ଖଣି । ଏଥିପାଇଁ ଖଣି ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଯେଉଁ ନନ୍‌ କେପ୍‌ଟିଭ୍‌ ଖଣିର ଆସନ୍ତା ମାର୍ଚ୍ଚ ୨୦୨୦ରେ ଲିଜ୍‌ ଅବଧି ସରିବ, ସେଗୁଡ଼ିକର ଅକ୍ସନ ପାଇଁ ନୋଟ୍‌ ହୋଇଛି । ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଟେଣ୍ଡର ପେପର କିଣିପାରିବେ ଓ ୧୮ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ସୁଦ୍ଧା ସମସ୍ତ ଟେଣ୍ଡର ପ୍ରୋସେସ୍‌ ଶେଷ ହେବ ଓ ମାର୍ଚ୍ଚ ପରେ ଖଣି କାମ ଚାଲୁ ରହିବ । ୨ଟି ପ୍ରକ୍ରିୟାରେ ନିଲାମ କରାଯିବ । ବିଡରମାନେ ଇ-ଅକ୍ସନରେ ଭାଗନେଇପାରିବେ । ମୋଟ୍‌ ୧୦ଟି ଖଣିର ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରେ ରହିଛି ୭ଟି ଲୁହାପଥର ଓ ୩ଟି ଲୁହାପଥର ଓ ମାଙ୍ଗାନିଜ୍‌ ଖଣି । ଏହି ଖଣି ଗୁଡ଼ିକ ମଧ୍ୟରେ ୬ଟି ଯୋଡ଼ା ଖଣି ମଣ୍ଡଳରେ ରହିଥିବା ବେଳେ ଅନ୍ୟ ଗୁଡ଼ିକ କୋଇଡ଼ା ସେକ୍ଟରରେ ରହିଛି । ଏଥିପାଇଁ ଟେଣ୍ଡର ଫି’ ୫ଲକ୍ଷ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.