Below header

କାହିଁକି ଆପଣଙ୍କ ଶିଶୁ ରାତିରେ ହଠାତ୍‌ କାନ୍ଦି ଉଠୁଛି? ଏହି ସବୁ କାରଣ ନୁହେଁ ତ…

ଆପଣ ଦେଖିଥିବେ, ବେଳେବେଳେ ରାତିରେ ଶିଶୁମାନେ ହଠାତ୍‌ କାନ୍ଦି ଉଠନ୍ତି। କ’ଣ ଆପଣଙ୍କ ଶିଶୁ ବି ଏମିତି ରାତିରେ କାନ୍ଦି ଉଠୁଛି? ପିଲା ରାତିରେ କାନ୍ଦିବା ଦ୍ୱାରା ବାପା, ମାଆଙ୍କର ନିଦ ପ୍ରଭାବିତ ହେବା ସ୍ୱାଭାବିକ କଥା, ଆଉ ବେଳେବେଳେ ଏହା ମୁଣ୍ଡବିନ୍ଧାର ବି କାରଣ ପାଲଟିଯାଏ। ଯଦି ଏମିତି ସମସ୍ୟା ଦେଇ ଆପଣ ଗତି କରୁଛନ୍ତି, ତା’ ହେଲେ ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବୁ, ଯାହାକି ଆପଣଙ୍କ କାମରେ ଆସି ପାରିବ। ଯେତେବେଳେ ଶିଶୁଟି ରାତିରେ କାନ୍ଦି ଉଠେ, ତ ବାପା, ମାଆଙ୍କୁ ଲାଗିଥାଏ ଯେ ସେ କୌଣସି ଯନ୍ତ୍ରଣା ଭୋଗୁଛି। ଅଧିକାଂଶ ମାମଲାରେ ଶୋଇବା ସମୟରେ ଶିଶୁ କାନ୍ଦିବା ଏକ ସାଧାରଣ ପ୍ରକ୍ରିୟା ହୋଇଥାଏ ଏବଂ ଏହା କୌଣସି ଗମ୍ଭୀର ସ୍ଥିତିର ସଙ୍କେତ ହୋଇ ନ ଥାଏ। ତେବେ ଆସନ୍ତୁ ଜାଣିବା କି, ରାତିରେ ପିଲାମାନେ କାହିଁକି କାନ୍ଦନ୍ତି ଏବଂ ସେମାନଙ୍କୁ କିପରି ଚୁପ୍‌ କରାଯାଇ ପାରିବ।

ଏହି କାରଣରୁ ରାତିରେ ଶିଶୁମାନେ କାନ୍ଦନ୍ତି

କହି ରଖୁଛୁ, ରାତିରେ ଶିଶୁର କାନ୍ଦ ସାମାନ୍ୟ ସ୍ୱଭାବ ହୋଇଥାଏ। କିନ୍ତୁ ହୋଇପାରେ, ଶିଶୁର ଶୋଇବା ସମୟ ଏପଟ ସେପଟ ହେଉଥିବ କିମ୍ବା ଦିନ ଯାକର ନିଦ ପ୍ରଭାବିତ ହେଉଥିବା କାରଣରୁ ଶିଶୁ ରାତିରେ କାନ୍ଦି ଉଠୁଥିବ। ଏତିକି ହିଁ ନୁହେଁ, ଭୋକ ଲାଗିବା କାରଣରୁ ବି ଶିଶୁଟି ରାତିରେ କାନ୍ଦିବାକୁ ଲାଗିଥାଏ। ଏହା ବ୍ୟତୀତ ଶିଶୁକୁ ଗରମ ଲାଗିଲେ ବା ସେ ଅତ୍ୟଧିକ ଗରମ ଅନୁଭବ କଲେ ମଧ୍ୟ ରାତିରେ ବିରକ୍ତ ହୋଇ କାନ୍ଦିବା ଆରମ୍ଭ କରିଥାଏ।

ଶିଶୁକୁ ଏମିତି କରାନ୍ତୁ ଚୁପ୍‌

ଶିଶୁକୁ କେବଳ ସେହି ସମୟରେ କ୍ଷୀର ପିଆନ୍ତୁ, ଯେତେବେଳେ ସେ ସମ୍ପୂର୍ଣ୍ଣ ଭାବେ ଭୋକରେ ଥିବ। ମନେ ରଖନ୍ତୁ ଯେ କ୍ଷୀର ପିଆଇବା ପରେ ଶିଶୁଟି ମଝିରେ ମଝିରେ ହାକୁଟି ଆସିବା ପାଇଁ ଗ୍ୟାପ୍‌ ନେବ, ଏହାଦ୍ୱାରା ସେ ରାତିରେ କାନ୍ଦିବ ନାହିଁ। କାହିଁକି ନା, ଶିଶୁ ସବୁବେଳେ ଭୋକ ଲାଗିଲେ ହିଁ କାନ୍ଦିଥାଏ। ଏହା ବ୍ୟତୀତ ଶିଶୁକୁ ଚୁପ୍ କରିବା ପାଇଁ ପ୍ରଥମେ ତାକୁ କୋଳରେ ଉଠାଇ ଧରନ୍ତୁ। ତା’ର ପିଠି ଥାପୁଡ଼ାନ୍ତୁ ଏବଂ ତାକୁ ଭଲ ପାଇବା ଦିଅନ୍ତୁ। ଏହାଦ୍ୱାରା ଶିଶୁକୁ ଆପଣଙ୍କ ଶରୀରର ସ୍ପର୍ଶ ପ୍ରାପ୍ତ ହେବ, ଯାହା ପରେ ଶିଶୁଟି ଆପେ ହିଁ ଚୁପ୍ ହୋଇଯିବ। ଆପଣ ଚାହିଁଲେ, କୋଠରୀରେ ଚାଲୁଥିବା ପଙ୍ଖାକୁ ବନ୍ଦ କରି ମଧ୍ୟ ଦେଖି ପାରିବେ ଯେ ଏହା ଶିଶୁର କାନ୍ଦିବାର କାରଣ ନୁହେଁ ତ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.