Below header

ପାଞ୍ଚବର୍ଷ ପାଇଁ ଲୋକଙ୍କ ସେବା କରିବି ଦରକାର ପଡିଲେ ବାହାହେବି ନାହିଁ, ମନ୍ଦିରରେ ଶପଥ ନେଳେ ଅବିବାହିତ ପ୍ରାର୍ଥିନୀ

କେନ୍ଦ୍ରାପଡା(କେନ୍ୟୁଜ୍):ମୁଁ ବାହା ହେବିନି। ସରପଞ୍ଚ ପ୍ରାର୍ଥିନୀଙ୍କର ଏମିତି ଏକ ଶପଥ ଦୃଶ୍ଯ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଇନ୍ଦାଳ ପଞ୍ଚାୟତରେ। ନିଜ ପଞ୍ଚାୟତର ଜିତାବା ପାଇଁ ଜଣେ ସରପଞ୍ଚ  ପ୍ରାର୍ଥିନୀ ପାଞ୍ଚ ବର୍ଷ ବିବାହ କରିବେ ନାହିଁ। ପଞ୍ଚାୟତ ବାସୀଙ୍କ ଉନ୍ନତି ପାଇଁ ନିଜ ସୁଖକୁ ପାଦରେ ଏଡାଇ ଦେଇଛନ୍ତି ଏହି ପ୍ରାର୍ଥିନୀ। ଏପରିକି ଲୋକଙ୍କ ବିଶ୍ବାସକୁ ଜିତିବା ପାଇଁ ଗାଁ ଠାକୁରଙ୍କ ପୀଠରେ ଶପଥ କରିଛନ୍ତି।

ଭୋଟ ସମୟରେ ଭୋଟରଙ୍କୁ ହାତେଇବା ଓ ନିଜ ସପକ୍ଷରେ ବିଶ୍ୱାସ ଜନ୍ମାଇବା ପାଇଁ ପ୍ରାର୍ଥୀ ମାନେ ଅନେକ ପ୍ରତିଶୃତି ଦିଅନ୍ତି ।  ଭୋଟ ଦେବା ପାଇଁ ଭୋଗ ଦେଇ ଶପଥ କରାନ୍ତି। କିନ୍ତୁ ଏଠି ନିଜେ ପ୍ରାର୍ଥିନୀ ଠାକୁରଙ୍କ ପାଖରେ ଶପଥ କରୁଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇନ୍ଧାଳ ପଞ୍ଚାୟତର ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ୨୩ ବର୍ଷର ଝିଅ ଲାବଣ୍ୟା ମଲ୍ଲିକ ସରପଞ୍ଚ ପାଇଁ ପ୍ରାର୍ଥିନୀ ହୋଇଛନ୍ତି।  ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।

kendrapada 2

କାହାକୁ ପାଦ ଛୁଇଁ ଅନୁରୋଧ କରୁଛନ୍ତି ତ ଆଉ କାହାକୁ ବୁଝାଉଛନ୍ତି। କିନ୍ତୁ ଅନେକ କହିଥିଲେ ସେ ଅବିବାହିତା,ଜିତିବା ପରେ ବାହା ହୋଇଗଲେ ପଞ୍ଚାୟତବାସୀଙ୍କର କାମ କେମିତି ହେବ ପଚାରିଥିଲେ। ତେଣୁ ଲୋକଙ୍କ ବିଶ୍ବାସ ଜନ୍ମାଇବା ପାଇଁ ପଂଚାୟତର ମୁରବି ଲୋକଙ୍କୁ ଠାକୁରଙ୍କ ପୀଠରେ ବସାଇ ପ୍ରାର୍ଥିନୀ ଜଣକ ଶପଥ ନେଇଛନ୍ତି। ଆଉ କହିଛନ୍ତି ଜିତିଲେ ପାଞ୍ଚ ବର୍ଷ ବାହାହେବେ ନାହିଁ। ପଂଚାୟତର କାମ କରିବେ। ଏବେ ସବୁଠି ଚର୍ଚ୍ଚା ଲାବଣ୍ୟାଙ୍କ ଏହି ଶପଥ ପାଠକୁ ନେଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.