ଭାରତ ରତ୍ନ ଲତା ମଙ୍ଗେସକରଙ୍କ ସହିତ ଜଡିତ କିଛି ଅଜଣା କଥା

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ଆମକୁ ଛାଡି ଚାଲିଯାଇଛନ୍ତି। ତାଙ୍କ ଗୀତ ଶୁଣି କେତେକ ପିଢି ଯୁବାବସ୍ଥା ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପହଞ୍ଚିଗଲେଣି। ତାଙ୍କ ସ୍ୱରର ଯାଦୁ ୧୯୫୦-୬୦ ଦଶକରୁ ଆରମ୍ଭ ହୋଇ ୧୯୯୦ରେ ଦିଲଓ୍ଵାଲେ ଦୁଲହନିଆଁ ଲେ ଜାଏଗେଁ, ୨୦୦୪ରେ ବୀର ଜରା, ୨୦୦୬ ରଙ୍ଗ ଦେ ବସନ୍ତୀରେ ଗୀତ ଗାଇ ସମସ୍ତଙ୍କ ମନକୁ କିଣି ନେଇଥିଲେ।

ଲତାଙ୍କ ଜୀବନରେ ଏମିତି କିଛି କଥା ରହିଛି, ଯାହା ହୁଏତ ଆପଣ ଜାଣିନଥିବେ। ତେବେ ତାଙ୍କ ଜୀବନ ସହିତ ଜଡିତ କିଛି କଥା ଜାଣନ୍ତୁ…

– ୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଜନ୍ମିତ ଲତାଙ୍କ ଅସଲ ନାମ ଲତା ନଥିଲା। ତାଙ୍କ ପିଲାବେଳର ନାମ ହେମା ଥିଲା। ପରେ ତାଙ୍କ ବାପା ନାଟକ ଭାବ ବନ୍ଧନର ପ୍ରସିଦ୍ଧ ଚରିତ୍ର ଲତିକା ନାମ ଅନୁସାରେ ତାଙ୍କ ନାମ ଲତା ରଖିଥିଲେ।

– ଲତା ମଙ୍ଗେସକର ନିଜ ମାତା ପିତାଙ୍କ ପ୍ରଥମ ସନ୍ତାନ ଥିଲେ। ଲତାଙ୍କ ଚାରିଟି ଛୋଟ ଭାଇ ଭଉଣୀ ରହିଥିଲେ। ଯାହାଙ୍କ ନାମ ମୀନା, ଆଶା, ଉଷା ଏବଂ ହୃଦୟନାଥ ରହିଥିଲା।

– ଲତାଙ୍କ ବାପା ଦୀନାନାଥ ମଙ୍ଗେସକର ଜଣେ ଥିଏଟର କଳାକାର ଏବଂ କ୍ଲାସିକାଲ ଗାୟକ ଥିଲେ। ତାଙ୍କ ମାତା ସୁଧାମତି ପଣ୍ଡିତ ବାପା ଦୀନାନାଥଙ୍କର ଦ୍ୱିତୀୟ ପତ୍ନୀ ଥିଲେ। ଦୀନାନାଥଙ୍କ ପ୍ରଥମ ପତ୍ନୀ ଲତା ମଙ୍ଗେସକରଙ୍କ ମାଉସୀ ଥିଲେ।

– ମାତ୍ର ୫ ବର୍ଷ ବୟସରୁ ସଂଗୀତ ଶିଖିଥିଲେ ଲତା। ପ୍ରଥମ ଥର ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମିଳିନଥିଲା।

– ଲତାଙ୍କର ଅଧିକାଂଶ ଜୀବନ ମୁମ୍ବାଇରେ ହିଁ ବିତିଛି।

– ୧୯୩୮ରେ ମାତ୍ର ୯ ବର୍ଷ ବୟସରେ ପ୍ରଥମ ଥର ପାଇଁ ସାର୍ବଜନିକ ଭାବେ ଶୋଲାପୁରର ନୂତନ ଥିଏଟରେ ଗୀତ ଗାଇଥିଲେ।

– ୧୯୪୨ରେ ବାପାଙ୍କ ମୃତ୍ୟୁ ପରେ ପରିବାର ଭରଣପୋଷଣ ପାଇଁ ୧୯୪୨ରୁ ୧୯୪୮ ପର୍ଯ୍ୟନ୍ତ ୮ରୁ ଅଧିକ ଫିଲ୍ମରେ ଆକ୍ଟିଂ କରିଛନ୍ତି।

– ୧୯୪୨ରେ ଲତା ମରାଠୀ ଫିଲ୍ମ ‘କିତି ହସଲ’ ପ୍ରଥମ ଗୀତ ଗାଇଥିଲେ। କିନ୍ତୁ ଏହି ଫିଲ୍ମ ରିଲିଜ ହୋଇନଥିଲା।

– ୧୯୪୯ରେ ରିଲିଜ ହୋଇଥିବା ଫିଲ୍ମ‘ ଆଏଗା ଆନେବାଲା’ରେ ଲତାଙ୍କ ଲୋକପ୍ରିୟତା ଶିଖରରେ ପହଞ୍ଚିଥିଲା।

– ୧୯୫୫ରେ ଲତା ପ୍ରଥମ ଥର ପାଇଁ ମରାଠୀ ଫିଲ୍ମ ‘ରାମ ରାମ ପାବଣେ’ ପାଇଁ ମ୍ୟୁଜିକ କମ୍ପୋଜ କରିଥିଲେ। ୧୯୬୦ରେ ମଧ୍ୟ ମରାଠୀ ଫିଲ୍ମ ପାଇଁ ମ୍ୟୁଜିକ କମ୍ପୋଜ କରିଥିଲେ।

– ୧୯୭୪ର ଲତା ଲଣ୍ଡନର ରାୟଲ ଆଲବର୍ଟ ହଲରେ ଗୀତ ଗାଇଥିଲେ, ସେ ଏମିତି କରିଥିବା ପ୍ରଥମ ଭାରତୀୟ କଳାକାର ଥିଲେ।

– ଲତା ୧ ହଜାରରୁ ଅଧିକ ହିନ୍ଦୀ ଏବଂ ୫୦ରୁ ଅଧିକ ଅଲଗା ଭାଷାରେ ଗୀତ ଗାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.