ବରୁଣଙ୍କ କନିଆଁ ସାଜିଲେ କରିଶ୍ମା ତନ୍ନା, ସାମ୍ନାକୁ ଆସିଲା ୱେଡିଙ୍ଗର ପ୍ରଥମ ଫଟୋ

କରିଶ୍ମା ତନ୍ନା ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ସହ ସାତ ଫେରା ନେଇ ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଭାଇରାଲ ହେଉଥିବାବେଳେ ଏବେ ସାମ୍ନାକୁ ଆସିଲା ବାହାଘର ପରର ପ୍ରଥମ ଫଟୋ। ନବଦମ୍ପତିଙ୍କ ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଦୁହେଁ ବହୁତ ଖୁସି ନଜର ଆସୁଛନ୍ତି।

ବିବାହ ଫଟୋରେ କରିଶ୍ମା ପିଙ୍ଗ ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଜୁଏଲାରୀରେ ସଜେଇ ହୋଇଥିବା କରିଶ୍ମାଙ୍କର ବ୍ରାଇଡାଲ୍‌ ଲୁକ୍‌ ବହୁତ ଆଟ୍ରାକ୍ଟ କରୁଛି। ସେହିପରି ବରୁଣ ବଙ୍ଗେରା ହ୍ଵାଇଟ୍‌ ସେରଓ୍ଵାନୀରେ ବହୁତ ହ୍ୟାଣ୍ଡସମ୍‌ ଲାଗୁଛନ୍ତି। ଏହାସହିତ ସେ କରିଶ୍ମାଙ୍କ ଲେହେଙ୍ଗା ସହ ମ୍ୟାଚ୍‌ କରି ପଗଡି ମଧ୍ୟ ପିନ୍ଧିଛନ୍ତି। ବିବାହ ବେଳଳର ଏହି ଫଟୋକୁ ବହୁତ ଲାଇକ ଆଉ ସେୟାର କରାଯାଉଛି।

 

View this post on Instagram

 

A post shared by WedAbout.com (@wedabout)

ତେବେ ଏହା ପୂର୍ବରୁ କରିଶ୍ମା ଏବଂ ବରୁଣଙ୍କ ମେହେନ୍ଦୀ ଏବଂ ହଳଦୀ ସେରମୋନିର ଫଟୋ ଭାଇରାଲ ହୋଇଥିଲା ଯାହାକୁ ବହୁତ ପସନ୍ଦ କରାଯାଉଛି। ଭାଇରାଲ ହେଉଥିବା ଫଟୋରେ କରିସ୍ମା ବେଶ୍ ସୁନ୍ଦର ଲାଗୁଛନ୍ତି। କରିସ୍ମା ତନ୍ନା ନିଜ ମେହେନ୍ଦୀ ସେରିମନିର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ଏହି ଯୋଡ଼ି ପ୍ରେମରେ ବୁଡ଼ି ରହିଥିବା ଦେଖାଯାଇଛି। ଆଉ ଏବେ କରିଶ୍ମା ବରୁଣଙ୍କ ହାତ ଧରିଛନ୍ତି।

 

View this post on Instagram

 

A post shared by Karishma Tanna (@karishmaktanna)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.