ଆଖିର ଜ୍ୟୋତିରୁ ଜାଣନ୍ତୁ ସ୍ତ୍ରୀର ବ୍ୟକ୍ତିତ୍ୱ, ଜାଣନ୍ତୁ କେଉଁ ଆଖି କଣ କୁହେ କଥା

ସାମୁଦ୍ରିକ ଶାସ୍ତ୍ର ଭାରତୀୟ ଜ୍ୟୋତିଷ ଶାସ୍ତ୍ରର ଏକ ପ୍ରମୁଖ ଅଙ୍ଗ । ଏହାରି ଆଧାରରରେ ବିଭିନ୍ନ ଅଙ୍ଗ ଗୁଡିକର ସାରାଂଚନା ଦେଖି ଆପଣ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱକୁ ଠଉରାଇ ପାରିବେ । କୌଣସି ସ୍ତ୍ରୀଙ୍କ କାନ ଦେଖି ତାଙ୍କ ବାବଦରେ ଆଂକଲନ କରିହେବ । ଲଖନଉ ସ୍ଥିତ ଜଣେ ଜ୍ୟୋତିଷ ମହିଳାଙ୍କ ଆଖି ଦେଖି ତାଙ୍କ ବ୍ୟକ୍ତିତ୍ୱ କେଉଁପରି ହୋଇଥିବ ତାହାକୁ ଠଉରାଇ ପାରିଛନ୍ତି ।

୧. ଯଦି ଜଣେ ମହିଳାଙ୍କ ଆଖି ଅଧିକ ଲାଳିମା ଯୁକ୍ତ ହୋଇଥିବ ତେବେ ସେହି ସ୍ତ୍ରୀ କଳି ଝଗଡାରେ ଧୁରନ୍ଧର, କ୍ରୋଧୀ ବୋଲି ଧରିନିଆଯିବ । ସେମାନେ ନିଜ ସ୍ୱାମୀଙ୍କ ପାଇଁ ଘାତକ ହୋଇଥାନ୍ତି ।

୨. ଯେଉଁ ମହିଳାଙ୍କ ନେତ୍ର କିମ୍ବା ଆଖି ଖୁବ ଚଂଚଳ ତଥା ଇଆଡ଼େ ସିଆଡେ ବୁଲୁଥାଏ ଏମାନେ ସାଧାରଣତଃ ବ୍ୟଭିଚାରିଣୀ ସ୍ୱଭାବର ହୋଇଥାନ୍ତି । କିନ୍ତୁ ଏମାନନେ ଭଲ ଘରେ ବିଭାହ ହୋଇଥାଏ । ସେମାନେ ଖୁସିରେ ରହିଥାନ୍ତି । ଏମାନେ ଅନ୍ୟ କାହା ଠାରୁ ଅଧିକ କିଛି ଆଶା ରଖିବା ଉଚିତ ନୁହେଁ । ନଚେତ ତାଙ୍କୁ ଧୋକା ମିଳିବାର ଆଶଙ୍କା ଥାଏ ।

୩. ଯେଉଁ ମହିଳାଙ୍କ ଆଖି କିଂଚିତ ହଳଦିଆ ରଙ୍ଗର ହୋଇଥାଏ ସେମାନେ ନିଜ ପିତା ମାତାଙ୍କ ଅଶୁଭ ହୋଇଥାନ୍ତି । ସେମାନଙ୍କ ଠାରେ ପେଟ ରୋଗ ଜନିତ ସମସ୍ୟା ଦେଖାଦେଇଥାଏ ।

୪. ଯେଉଁ ମହିଳାଙ୍କ ଆଖି ଗୋଲ ଆକାରର ହୋଇଥାଏ ସେମାନେ ମାଂସାହାରୀ ହେବା ସହ ଖୁବ ଦ୍ରୁତ ବେଗରେ କାମ କରିଥାନ୍ତି । ନିଜ ଗୁଣ ପାଇଁ ସମାଜରେ ଅନେକ ମାନ ସମ୍ମାନ ଆଦି ମିଳିଥାଏ ।

୫. ଯେଉଁ ମାନଙ୍କର ଆଖି ଟିକେ ମାଟିଆ ରଙ୍ଗର ସେମାନେ ମିଛ କହିଥାନ୍ତି । ନିଜ ଶାଶୁ ଶ୍ୱଶୁରଙ୍କ ସେବା ବି କରିନଥାନ୍ତି । ଏମାନେ ସ୍ୱଭାବରେ ଖୁବ ଚାଲାକ ହୋଇଥାନ୍ତି ।

୬. ଯେଉଁ ମାନଙ୍କ ଆଖି ଛୋଟ ହୋଇଥାଏ । ସେମାନେ ନିଜ ପିତାଙ୍କ କଥା ମାନିନଥାନ୍ତି । ସବୁ ସମୟରେ ପରିବାରରେ ଅଶାନ୍ତି ସୃଷ୍ଟି କରିବା ସହିତ ନିଜ ସ୍ୱାର୍ଥ କାରଣରୁ ହିଁ ସମ୍ପର୍କ ଯୋଡ଼ିଥାନ୍ତି ।

୭. ଯେଉଁ ମାନଙ୍କ ଆଖି ପତା ଆଦୌ ବି ପଡି ନଥାଏ ସେମାନେ ସୌଭାଗ୍ୟବତୀ ହେବା ସହ ସୁନ୍ଦର ପୁତ୍ର ସନ୍ତାନକୁ ଜନ୍ମ ଦେଇଥାନ୍ତି ।

୮. ଯେଉଁ ମାନଙ୍କ ଆଖି ଲମ୍ବା ଲମ୍ବା ହେବା ସହ କାନ ପର୍ଯ୍ୟନ୍ତ ଲମ୍ବିଥାଏ । ସେମାନେ ଲକ୍ଷ୍ମୀ ବନ୍ତ ହୋଇଥାନ୍ତି । ସେମାନେ ଯାହା ଘରକୁ ଯାଆନ୍ତି ସେମାନଙ୍କ ସୁଖ ସମୃଦ୍ଧି ବଢିଥାଏ ।

୯. ଯେଉଁ ମାନଙ୍କଆଖି ଧଳା ରଙ୍ଗର ହୋଇଥାଏ । ସେମାନେ ଜ୍ଞାନୀ ଗୁଣି ହେବା ସହ ସେମାନଙ୍କ ପାରିବାରିକ ଜୀବନ ଖୁବ ଭଲ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.