Below header

ରାତିରେ ବିଳମ୍ବରେ ଶୋଉଛନ୍ତିକି ? ଶରୀର ପାଇଁ ଘାତକ ସାଜିପାରେ ବିଳମ୍ବରେ ଶୋଇବା

ରାତି ୧୦ ଟା ଠାରୁ ୧୧ଟା ଭିତରେ ଶୋଇଲେ ଶରୀର ଓ ମନ ଉଭୟ ସୁସ୍ଥ ରୁହେ ବୋଲି ଧରାଯାଏ । ଆଉ ଏମିତି ଅଭ୍ୟାସ ରଖୁଥିବା ଲୋକଙ୍କର ହୃଦଘାତଜନିତ ସମସ୍ୟା ଉପୁଜିବାର ସମ୍ଭାବନା ମଧ୍ୟ ଯଥେଷ୍ଟ କମ ଥାଏ । ଏହି ସମୟ ପୂର୍ବରୁ କିମ୍ବା ପରେ ନିଦ୍ରାଗଲେ ମଣିଷର ଦେହରେ ପରବର୍ତ୍ତୀ ସମୟରେ ଅନେକ ଅବନତି ଘଟିଥାଏ । ଆନ୍ତର୍ଜାତୀୟ ଏକ ଗବେଷକ ସଂସ୍ଥା ହିଁ ଏହି ରିପୋର୍ଟ ଦେଇଛନ୍ତି । ଏବାବଦରେ “ଇଉରୋପିଆନ ହାର୍ଟ ଜର୍ଣ୍ଣାଲ- ଡିଜିଟାଲ ହେଲ୍ଥ ” ନାମକ ଏକ ପତ୍ରିକାରେ ପ୍ରଥମେ ପ୍ରକାଶ ପାଇଥିଲା । ଏଥିରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ ଆମ ଶରୀର ଭିତରେ ଏକ ୨୪ ଘଣ୍ଟିଆ ଘଣ୍ଟା ରହିଛି । ଯାହାକୁ “ସରକାର୍ଡିଆନ ରିଦମ” ବୋଲି କୁହାଯାଏ । ଯାହାକି ମଣିଷ ଦେହରେ ଘଟୁଥିବା ବିଭିନ୍ନ ଶାରୀରିକ ଓ ମାନସିକ ସ୍ଥିତିକୁ ନିୟନ୍ତ୍ରଣ କରିଥାଏ । ଏହି ଗବେଷଣାରୁ ବାହାରିଥିବା ନିର୍ଯ୍ୟାସ ଅନୁଯାୟୀ ଆମ ଦେହରେ ଦେଖାଦେଉଥିବା ବିଭିନ୍ନ ପରିବର୍ତ୍ତନ ଆମ ଶୋଇବା ସମୟ ଉପରେ ଅଧିକ ନିର୍ଭର କରେ । ସମୟର ଆଗରୁ କିମ୍ବା ପରେ ଶୋଇଲେ ଆମ ଶରୀର ଭିତରେ ଥିବା ସେହି ଘଣ୍ଟାର କାମକୁ ବିଗାଡି ଦେଇପାରେ । ଯାହାର ସିଧାସଳଖ ପ୍ରଭାବ ଶରୀରର ସୁସ୍ଥତା ଉପରେ ପଡେ । ୟୁକେ ସ୍ଥିତ ଡଃ ଡାଭିଡ ପିଲାନ୍ସ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏବାବଦରେ ସୂଚନା ଦେଇଛନ୍ତି ।

sleeping effect

ଏଯାବତ ଶୋଇବା ସମୟ ଓ ହୃଦଘାତକୁ ନେଇ ଅନେକ ଗବେଷଣା କରାଯାଇଥିଲେ ମଧ୍ୟ ଶୋଇବାର ସଠିକ ସମୟ ଓ ହୃଦରୋଗକୁ ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ | ଏକ ବଡ ସଂଖ୍ୟକ ଯୁବଗୋଷ୍ଠୀଙ୍କୁ ନେଇ ତାଙ୍କ ଉପରେ ଏହି ଗବେଷଣା କରାଯାଇଥିଲା । ୟୁକେ ବାଇଓବ୍ୟାଙ୍କରେ ୨୦୦୬ରୁ ୨୦୧୦ ମଧ୍ୟରେ ଅବସ୍ଥାପିତ ହୋଇଥିବା ପାଖାପାଖି ୮୮ ହଜାର ବ୍ୟକ୍ତିଙ୍କୁ ନେଇ ପ୍ରଥମେ ଏହି ପରୀକ୍ଷା କରାଯାଇଥିଲା । ଏମାନଙ୍କର ହାରାହାରି ବୟସ ୬୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସେମାନଙ୍କର ବୟସ ୪୩ ରୁ ୭୯ ବର୍ଷ ହେବ । ଏମାନଙ୍କ ମଧ୍ୟରୁ ୫୮ ଜଣ ହେଉଛନ୍ତି ମହିଳା । ସେମାନଙ୍କ ସମସ୍ତଙ୍କର ଶୋଇବା ସମୟ ଓ ସକାଳୁ ଉଠିବା ସମୟକୁ ଏକ ଆକ୍ସିଲୋମିଟର ଖଞ୍ଜାଯାଇ ସଂଗ୍ରହ କରାଯାଇଥିଲା । ସେମାନଙ୍କ ଦୈନନ୍ଦିନ ଜୀବନଶୈଳୀ, ସ୍ୱାସ୍ଥ୍ୟଗତ ଅବସ୍ଥା, ଶାରୀରିକ ବ୍ୟାୟାମ ଗୁଡିକୁ ମଧ୍ୟ ଲକ୍ଷରେ ରଖାଯାଇଥିଲା ।

କାଳେ ସେମାନଙ୍କ ଠାରେ କୌଣସି ପ୍ରକାର ହାର୍ଟ ଆଟାକ, ହାର୍ଟ ଫେଲ୍ୟୁର କିମ୍ବା ଷ୍ଟ୍ରୋକ ପରି ସମସ୍ୟା ଦେଖାଦେବ ସେନେଇ ସମ୍ପୂର୍ଣ୍ଣ ଦୃଷ୍ଟି ଦିଆଯାଇଥିଲା । ପ୍ରାୟ ୬ ବର୍ଷ ପରେ ଦେଖାଯାଇଥିଲାକି ଏମାନଙ୍କ ମଧ୍ୟରୁ ପ୍ରାୟ ୩.୬ ପ୍ରତିଶତ କିମ୍ବା ୩ ହଜାର ୧୭୨ ଜଣଙ୍କ ଠାରେ ହୃଦଘାତ ଜନିତ କିଛି ଲକ୍ଷଣ ଦେଖାଦେଇଛି । ଯେଉଁମାନେ ମଧ୍ୟରାତ୍ରରେ ବେଡ଼କୁ ଯାଆନ୍ତି ସେମାନଙ୍କ ଠାରେ ଏହି ଲକ୍ଷଣ ଅଧିକ ଥିବାବେଳେ ରାତି ୧୦ଟା ଠାରୁ ୧୦.୫୯ ଟା ମଧ୍ୟରେ ଶୋଉଥିବା ବ୍ୟକ୍ତିଙ୍କ ଠାରେ ଏହି ସମ୍ଭାବନା ଯଥେଷ୍ଟ କମରହିଛି । ଶୋଇବା ସମୟ ଓ ହୃଦଘାତ ଜଡିତ ସମସ୍ୟା ସହିତ ବ୍ୟକ୍ତିଙ୍କର ବୟସ, ସେକ୍ସ, ଶୋଇବା ସମୟ, ଶୋଇବାରେ ବ୍ୟାଘାତ, ଧୃମ୍ରପାନ ଅଭ୍ୟାସ, ବ୍ଲଡ଼ ପ୍ରେସର, ବ୍ଲଡ଼ କୋଲେଷ୍ଟେରଲ ସମେତ ସୋସିଓଇକୋନୋମିକ ସ୍ଟାଟସକୁ ବି ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.