Below header

ଜୁନିଅର ପୁରୁଷ ହକି ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଟିମ୍‌ରେ ୩ ଓଡିଆ ସାମିଲ

ଭାରତୀୟ ହକି ଟିମ୍‌ରେ ୩ ଓଡ଼ିଆ। ଜୁନିଅର ହକି ବିଶ୍ୱକପ୍‌ ପାଇଁ ହକି ଇଣ୍ଡିଆ ପକ୍ଷରୁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ଭାବେ ବିବେକ ସାଗର ପ୍ରସାଦ ଓ ଉପଅଧିନାୟକ ଭାବେ ସଞ୍ଜୟଙ୍କୁ ମିଳିଛି ଦାୟିତ୍ୱ। ଏହି ୧୮ ଜଣିଆ ଦଳରେ ୩ ଓଡ଼ିଆ ଖେଳାଳିଙ୍କୁ ମିଳିଛି ସ୍ଥାନ। ସୁଦୀପ ଚିରମାକୋ, ସୁନିଲ ଜୋଜୋ ଓ ଅଭିଷେକ ଲାକ୍ରା।

ଏମାନଙ୍କ ସହ ଦଳରେ ଅଛନ୍ତି ସାରଦାନନ୍ଦ ତିଓ୍ଵାରୀ, ପ୍ରଶାନ୍ତ ଚୌହାନ, ରାହୁଲ କୁମାର ରାଜଭର, ମନିନ୍ଦର ସିଂ, ପବନ, ବିଷ୍ଣୁକାନ୍ତ ସିଂ, ଅଙ୍କିତ ପାଲ୍‌, ଉତ୍ତମ ସିଂ, ମଞ୍ଜିତ, ରବିଚନ୍ଦ୍ର ସିଂ, ୟଶଦୀପ୍‌ ସିଓ୍ଵାଚ୍‌, ଗୁର୍‌ମୁଖ୍‌ ସିଂ ଓ ଅରାଇଜିତ୍‌ ସିଂ। ବିକଳ୍ପ ଖେଳାଳି ଭାବେ ଦୀନଚନ୍ଦ୍ର ସିଂ ଓ ବବି ସିଂ ଧମିଙ୍କୁ ସ୍ଥାନ ଦିଆଯାଇଛି। ଏହି ଜୁନିଅର ହକି ବିଶ୍ୱକପ୍‌ରେ ୪ଟି ପୋଲ୍‌ରେ ମୋଟ ୧୬ଟି ଟିମକୁ ନେଇ ପ୍ରତିଯୋଗିିତା ହେବ । ପ୍ରତି ପୁଲ୍‌ର ଶ୍ରେଷ୍ଠ ୨ଟି ଟିମ୍‌ କ୍ୱାର୍ଟର ଫାଇନାଲକୁ ଯିବେ। ପୁଲ୍‌-ବିରେ ରହିଛି ୨୦୧୬ ଜୁନିଅର ବିଶ୍ୱକପ୍‌ ବିଜେତା ଭାରତ ଦଳ। ୨୪ ତାରିଖରେ ଫ୍ରାନ୍ସ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ଅନ୍ୟ ୨ଟି ମ୍ୟାଚ୍‌ରେ କାନାଡା ଓ ପୋଲାଣ୍ଡକୁ ଭେଟିବ ଭାରତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.