WhatsAppରେ ଏମିତି ଡାଉନଲୋଡ କରନ୍ତୁ କୋଭିଡ୍‌ ଟିକାକରଣ ପ୍ରମାଣ ପତ୍ର, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ମୋବାଇଲ ନମ୍ବର

ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି। କେତେକ ସ୍ଥାନରେ ଟିକାକରଣ ପ୍ରମାଣ ପତ୍ର ମଧ୍ୟ ଅନିବାର୍ଯ୍ୟ ହୋଇ ଯାଇଛି। କ’ଣ ଆପଣ କୋଭିଡ୍‌ ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍‌ ନେଇ ସାରିଛନ୍ତି, ଆଉ ଏହା ସତ୍ତ୍ୱେ ଆପଣଙ୍କୁ ଟିକାକରଣ ପ୍ରମାଣ ପତ୍ର ମିଳି ନାହିଁ? ଯଦି ଆପଣ ଏମିତି ପରିସ୍ଥିତିରେ ଅଛନ୍ତି, ତା’ ହେଲେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହାର ସହଜ ଉପାୟ, ଯାହା ଜରିଆରେ ଆପଣ କୋଓ୍ଵିନ୍‌ ଏବଂ ଆରୋଗ୍ୟ ସେତୁ ଆପ୍‌ ବିନା ମଧ୍ୟ ନିଜର ଟିକାକରଣ ପ୍ରମାଣ ପତ୍ର ଡାଉନଲୋଡ୍‌ କରି ପାରିବେ। ବାସ୍‌, ଆପଣ କିଛି ଷ୍ଟେପ୍ସ ଫଲୋ କଲେ ହିଁ ହ୍ଵାଟସ୍‌ଆପରେ ଏହା ମିଳିଯିବ। ଆସନ୍ତୁ ଜାଣିବା କ’ଣ ରହିଛି ପୂରା ପ୍ରକ୍ରିୟା।

ଏହିଭଳି ଭାବେ କରି ପାରିବେ ଡାଉନଲୋଡ୍‌

• ଆପଣ ଟିକାକରଣ ପାଇଁ ରେଜିଷ୍ଟ୍ରେଶନ ସମୟରେ ଯେଉଁ ନମ୍ବର ପଞ୍ଜୀକରଣ କରିଥିଲେ, ସେହି ନମ୍ବରରୁ 9013151515 ନମ୍ବରରେ ହ୍ଵାଟସ୍‌ଆପ ଜରିଆରେ HI ଲେଖି ପଠାନ୍ତୁ।

• ଏହି ମୋବାଇଲ ନମ୍ବର (9013151515) କିଛି ଦିନ ତଳେ ହିଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଛି।

• ଆପଣ HI ଲେଖି ପଠାଇବା ପରେ ଆପଣଙ୍କ ପାଖକୁ ଏକ ମେସେଜ୍‌ ଆସିବ କି, ଏହା ଭାରତ ସରକାରଙ୍କର କରୋନା ହେଲ୍ପଡେସ୍କ।

• ଏହାପରେ ଆପଣଙ୍କୁ Covid-19 Certificate ଲେଖି ପଠାଇବାକୁ ହେବ।

• ଏହି ମେସେଜ୍‌କୁ ପଠାଇବା ପରେ ଆପଣଙ୍କ ଫୋନ୍‌କୁ ଏକ ଓଟିପି ଆସିବ, ଯାହାକୁ ଆପଣ ହ୍ଵାଟସ୍‌ଆପରେ ହିଁ ଟାଇପ୍‌ କରି ପଠାଇବେ।

• ଏବେ ଆପଣଙ୍କୁ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିବାର ଅପଶନ ମିଳିବ।

• ଏଥିରେ ଆପଣଙ୍କୁ ୧ ଟାଇପ୍‌ କରି ସେଣ୍ଡ କରିବାକୁ ପଡ଼ିବ। ଏହା କରୁ କରୁ ଆପଣଙ୍କ ପାଖକୁ ପିଡିଏଫ୍‌ ଫର୍ମାଟରେ ସାର୍ଟିଫିକେଟ ଆସିଯିବ। ଏବେ ଏହାକୁ ଆପଣ ଡାଉନଲୋଡ୍‌ କରି ରଖି ଦିଅନ୍ତୁ।

ଆରୋଗ୍ୟ ସେତୁ ଏବଂ କୋଓ୍ଵିନ୍‌ ଆପ ମଧ୍ୟ ରହିଛି ବିକଳ୍ପ

ହ୍ଵାଟସ୍‌ଆପ ବ୍ୟତୀତ ଆପଣଙ୍କ ପାଖରେ କୋଭିଡ୍‌ ଟିକାକରଣ ପ୍ରମାଣ ପତ୍ର ଡାଉନଲୋଡ୍‌ କରିବା ପାଇଁ ଆରୋଗ୍ୟ ସେତୁ ଏବଂ କୋଓ୍ଵିନ୍‌ ଆପ୍‌ର ବି ବିକଳ୍ପ ମିଳୁଛି। ଆପଣ ଏହି ଦୁଇଟି ଆପ୍‌କୁ ଯାଇ ଡାଉନଲୋଡ୍‌ ଭ୍ୟାକ୍ସିନେଶନ ସାର୍ଟିଫିକେଟ ଅପଶନରେ ପ୍ରମାଣ ପତ୍ର ଡାଉନଲୋଡ୍‌ କରି ପାରିବେ। ସୂଚନାଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୧୮ ବର୍ଷରୁ କମ୍ ୬୦ ଜଣ କରୋନା ପଜିଟିଭ ଅଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.