ଆଜି ବନାନ୍ତୁ ବାଇଗଣ ତାଓ୍ଵା ଫ୍ରାଏ, ଟେଷ୍ଟରେ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

ବାଇଗଣ – ୨ଟି (ମିଡିୟମ ଆକାରର)
ସୋରିଷ ତେଲ – ୪ ଚାମଚ
ବେସନ – ୩ ଚାମଚ
ଧନିଆ ପତ୍ର – ଛୋଟ କଟା ହୋଇଥିବା
କଞ୍ଚା ଲଙ୍କା – ୨ଟି
ଅଦା ରସୁଣ ପେଷ୍ଟ – ୧/୨ ଚାମଚ
ହେଙ୍ଗୁ – ୧/୨ ଚୁଟକି
ଜିରା – ୧/୨ ଛୋଟ ଚାମଚ
ଧନିଆ ପାଉଡର – ଏକ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ବାଇଗଣ ତାଓ୍ଵା ଫ୍ରାଏ ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ବେସନ, କଟା କଞ୍ଚା ଲଙ୍କା, ଅଦା, ଜିରା ପାଡର, ଧନିଆ ପାଉଡର, ହେଙ୍ଗୁ, ଆମଚୁର ପାଉଡର, ଗରମ ମସଲା, ଲାଲ ଲଙ୍କା ପାଉଡର, ଲୁଣ, ହଳଦି ପାଉଡର ଏବଂ ଧନିଆ ପତ୍ର ପକାଇ ଭଲଭାବେ ମିକ୍ସ କରନ୍ତୁ।
ଏହାପରେ ବାଇଗଣକୁ ମୋଟା କରି ଗୋଲ ଗୋଲ କାଟିଦିଅନ୍ତୁ। ଏବେ ଗୋଟିଏ ଗୋଟିଏ ବାଇଗଣକୁ ନେଇ ମସଲାରେ ଭରିଦିଅନ୍ତୁ। ଏହାପରେ ତାଓ୍ଵାକୁ ଗରମ କରି ତେଲ ପକାଇ ଗୋଟେ ଗୋଟେ ବାଇଗଣକୁ ଫ୍ରାଇ କରନ୍ତୁ। ମନେ ରଖନ୍ତୁ ଆଞ୍ଚକୁ ଧିମା ଆଞ୍ଚରେ ଫ୍ରାଏ କରିବେ। ବାଇଗଣକୁ ଦୁଇ ପଟ ଭଲଭାବେ ଭାଜି ପ୍ଲେଟକୁ ବାହାର କରି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.