ଟେଷ୍ଟରେ ଲାଜବାବ୍‌ ବନାରସୀ ଷ୍ଟାଇଲ୍‌ ଆଳୁ ଚଣା ତରକାରୀ, ଏପରି କରନ୍ତୁ ପ୍ରସ୍ତୁତ

ପିଲାଙ୍କ ପାଇଁ କିଛି ହେଲଦି ଏବଂ ଟେଷ୍ଟି ରେସିପି ବନାଇବାକୁ ଚାହୁଁଛନ୍ତି କି? ତାହେଲେ ବନାରସୀ ଆଳୁ ଚଣା ସବଜି ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ। ବନାରସ ଷ୍ଟାଇଲରେ ପ୍ରସ୍ତୁତ ଏହି ରେସିପି ଟେଷ୍ଟରେ ଏକଦମ୍‌ ଲାଜବାବ୍‌।

ମୁଖ୍ୟ ସାମଗ୍ରୀ

ଛୋଟ ଆଳୁ – ୨ଟି ସିଝା
ଚଣା ଡାଲି – ୧ କପ୍‌
ଟମାଟୋ ରସ – ୧ କପ୍‌
ଚିଲ୍ଲି ପାଉଡର – ୧ ଛୋଟ ଚାମଚ
ଘିଅ – ଆବଶ୍ୟକ ଅନୁସାରେ
ଧନିଆ ପାଉଡର – ୧ ଛୋଟ ଚାମଚ
ଗରମ ମସଲା ପାଉଡର – ୧ ଛୋଟ ଚାମଚ୍‌
ଜିରା – ୧ ଛୋଟ ଚାମଚ
ସୂର୍ଯ୍ୟମୁଖୀ ତେଲ – ୧ ବଡ ଚାମଚ
ହଳଦି – ୧ ଛୋଟ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଘିଅ ଗରମ କରନ୍ତୁ ଏବଂ ଏଥିରେ ହେଙ୍ଗୁ ଏବଂ ଜିରା ତଡକା ଲଗାନ୍ତୁ। ଯେତେବେଳେ ଜିରା ଭାଜି ହୋଇଯିବ ସେତେବେଳେ ଏଥିରେ ଟମାଟୋ ପେଷ୍ଟ ଆଡ୍‌ କରନ୍ତୁ। ଗ୍ୟାସକୁ ଧୀମା ଆଞ୍ଚରେ କରନ୍ତୁ ଏବଂ ପେଷ୍ଟକୁ ଅତି କମରେ ୭ ରୁ ୮ ମିନିଟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।

ଏହାପରେ ଟମାଟୋ ପେଷ୍ଟରେ ଲାଲ ଲଙ୍କା, ଧନିଆ ପାଉଡର ଏବଂ ହଳଦି ପକାନ୍ତୁ। ଲୁଣ ସ୍ୱାଦ ଅନୁସାରେ ପକାନ୍ତୁ। ଏହାପରେ ମସଲାକୁ ଭଲଭାବେ ଫ୍ରାଏ ହେବାକୁ ଛାଡନ୍ତୁ। ଚାରି ରୁ ପାଞ୍ଚ ମିନିଟ ପରେ ଯେତେବେଳେ ବି ସମସ୍ତ ମସଲା ଭଲଭାବେ ଫ୍ରାଏ ହୋଇଯିବ ସେଥିରେ ଆଳୁ ଏବଂ ସିଝା ଚଣାକୁ ମିକ୍ସ କରନ୍ତୁ। ଅଳ୍ପ ପାଣି ମଧ୍ୟ ପକାଇ ଦିଅନ୍ତୁ।

ଗ୍ରେଭୀକୁ ଗାଢ଼ କରିବା ପାଇଁ ଆଳୁକୁ ସାମାନ୍ୟ ଚକଟି ଦିଅନ୍ତ। ଏହାପରେ କସ୍ତୁରୀ ମେଥି ଏବଂ ଗରମ ମସଲା ପକାନ୍ତୁ। ଏବେ ଆପଣଙ୍କର ସ୍ୱାଦିଷ୍ଟ ବନାରସୀ ଆଳୁ ଚଣା ସବଜି ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ପୁରୀ କିମ୍ବା ଗରମା ଗରମ ପରଟା ସହିତ ମଧ୍ୟ ସର୍ଭ କରିପାରିବେ।