ଟିଭି ଚ୍ୟାନେଲ୍ର ସର୍ବୋଚ୍ଚ ମୂଲ୍ୟ ୧୯ ଟଙ୍କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ: ଟିଭି ଚ୍ୟାନେଲ୍ର ସର୍ବୋଚ୍ଚ ମୂଲ୍ୟ ୧୯ ଟଙ୍କା । ଡିଟିଏଚ୍ ଅପରେଟରମାନଙ୍କ ଲାଗି ନୂଆ ଟାରିଫ୍ ଅର୍ଡର ୨.୦ରେ ସଂଶୋଧନ କରାଯାଇ ଏହି ନୂଆ ଦର ଲାଗୁ ହୋଇଛି । ଏଥିରେ ଟିଭି ଚ୍ୟାନେଲ୍ର ସର୍ବୋଚ୍ଚ ମୂଲ୍ୟ ୧୯ ଟଙ୍କା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ତାହା ୧୨ ଟଙ୍କା ଥିଲା। ଏହି ନିୟମ ୨୦୨୩ ଫେବ୍ରୁଆରି ୧ରୁ ଲାଗୁ ହେବ। ଚ୍ୟାନେଲ୍ ବଣ୍ଡଲ୍ ଉପରେ ସର୍ବାଧିକ ୪୫ ପ୍ରତିଶତ ରିହାତି ପ୍ରଦାନ କରିବାକୁ କଂପାନିମାନଙ୍କୁ ଟ୍ରାଇ ଅନୁମତି ଦେଇଛି। ତେବେ କଂପାନିଗୁଡ଼ିକ ଆ-ଲା-କାର୍ଟ ଚ୍ୟାନେଲ୍ଗୁଡ଼ିକର ଦାମ୍ ନିର୍ଧାରଣ କରିବାରେ ସ୍ବାଧୀନତା ପାଇପାରିବେ।
ପ୍ରସାରଣକାରୀମାନଙ୍କୁ ସେମାନଙ୍କ ଦେୟ ଚ୍ୟାନେଲ୍ର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି)ରେ ଡିସେମ୍ବର ୧୬ ସୁଦ୍ଧା ପରିବର୍ତ୍ତନ କରିବାକୁ କୁହାଯାଉଛି। ସେହିପରି, ଡିଟିଏଚ୍ ସଂସ୍ଥା ଓ ବିବିଧ-ବ୍ୟବସ୍ଥାର ଅପରେଟରମାନଙ୍କୁ ସେମାନଙ୍କ ବିତରଣ ଖୁଚୁରା ମୂଲ୍ୟ ଆସନ୍ତା ଜାନୁଆରି ୧ ସୁଦ୍ଧା ଜାରି କରିବାକୁ ପଡ଼ିବ।