ଏପରି ବନାନ୍ତୁ କ୍ରିସପି ଗୁଲଗୁଲା, ଥରେ ବନାଇଲେ ଜିତିବେ ସମସ୍ତଙ୍କ ମନ

ଗୁଲଗୁଲା ହେଉଛି ଭାରତର ବହୁତ ଲୋକପ୍ରିୟ ସ୍ୱିଟ୍‌ ଡିସ୍‌। ଏହାକୁ ପର୍ବପର୍ବାଣୀ ବ୍ୟତୀତ ସନ୍ଧ୍ୟାର ଟିଫିନରେ ବି ତିଆରି କରାଯାଏ। ଉତ୍ତର ଭାରତର କିଛି ସ୍ଥାନରେ ବାର୍ଥଡେରେ ଗୁଲଗୁଲା ତିଆରି କରାଯାଏ। ଏହାର ସ୍ୱାଦ ଯେତିକି ଲାଜବାବ୍‌ ଖାଇବାକୁ ବି ସେତିକି ଟେଷ୍ଟି। ତେବେ ଆପଣ ଗୁଲଗୁଲା ତ ଖାଇଥିବେ କିନ୍ତୁ କିଛି ନୂଆ ଉପାୟରେ ଏବଂ ନୂଆ ସ୍ୱାଦରେ ବନାନ୍ତୁ ଟେଷ୍ଟୀ ଗୁଲଗୁଲା। ଯାହାକୁ ଥରେ ଖାଇଲେ ବାରମ୍ବାର ଖାଇବାକୁ ମନ କରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଗୁଲଗୁଲା ବନାଇବା ପାଇଁ ଆପଣଙ୍କୁ ଦରକାର ଅଟା, ଗୁଡ କିମ୍ବା ଚିନି, ପାଣି, ପାନମଧୁରୀ ଗୁଣ୍ଡ, ବେକିଙ୍ଗ୍‌ ସୋଡା, ତେଲ, ଅଳେଇଚ ପାଉଡର।

gulgulaପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଗରମ ପାଣି ନେଇ ସେଥିରେ ଗୁଡକୁ ମିଳାଇ ଦିଅନ୍ତୁ। ଗୁଡକୁ ଜଲଦି ମିଳାଇବା ପାଇଁ ଆପଣ ଏହି ପାଣିକୁ ଫୁଟାଇ ବି ପାରିବେ। ଗୁଡକୁ ଭଲଭାବେ ମିଶାନ୍ତୁ ଯେପରି ଏହା ସମ୍ପୂର୍ଣ୍ଣ ଭାବେ ପାଣି ସହ ମିଶିଯିବ। ଏବେ ଅଟାରେ ଏହି ପାଣିକୁ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଧ୍ୟାନ ରଖନ୍ତୁ ଯଦି ଦେଢ଼ କପ୍‌ ଅଟା ନେଇଛନ୍ତି ତାହେଲେ ଏକ କପ୍‌ ପାଣି ଏବଂ ଅଧା କପ୍‌ ଗୁଡ ନିଅନ୍ତୁ। ଏଥିରେ ଅଳ୍ପ ପାମଧୁରୀ ପାଉଡର, ଅଳେଇଚ ପାଉଡର ପକାଇ ଭଲଭାବେ ମିକ୍ସ କରିନିଅନ୍ତୁ। ସବୁକିଛି ଭଲଭାବେ ମିକ୍ସ କରି ଏଥିରେ ଚିମୁଟାଏ ଖାଇବା ସୋଡା ପକାଇ ଦିଅନ୍ତୁ। ଯେତେବେଳେ ସବୁକିଛି ଭଲଭାବେ ମିଶିଯିବ ସେତେବେଳେ ଅଧା କପ୍‌ ପାଣି ପକାଇ କିଛି ସମୟ ପର୍ଯ୍ୟନ୍ତ ଘୋଳକୁ ଫେଣ୍ଟି ରଖନ୍ତୁ। ଘୋଳକୁ ଅଧିକ ପତଳା କରନ୍ତୁନାହିଁ। ଏହି ଘୋଳକୁ ୨୫ ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ।

ଏବେ ତେଲ ଗରମ କରନ୍ତୁ। ଘୋଳକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ହାତରେ ସାମାନ୍ୟ ପାଣି ପକାଇ ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ଗୋଲ ଗୋଲ କରି ତେଲରେ ପକାଇ ଛାଣନ୍ତୁ। ଗୁଲଗୁଲାକୁ ମିଡିୟମ୍‌ ଆଞ୍ଚରେ ଗୋଲଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଗୁଲଗୁଲା ଭଲଭାବେ ଫ୍ରାଏ ହୋଇଗଲା ପରେ ପ୍ଲେଟକୁ ବାହାର କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.