ବଜାର ନୁହେଁ ଘରେ ଏପରି ବନାନ୍ତୁ ହୋଲି ରଙ୍ଗ, ବିନ୍ଦାସ୍ ବେଫିକର ହୋଇ ଖେଳନ୍ତୁ ହୋଲି

କରୋନାର ଏହି ନୂଆ ଷ୍ଟ୍ରେନରେ ଆପଣ ଯଥେଷ୍ଟ ସଚେତନ ଆଉ ସତର୍କ ରୁହନ୍ତୁ। ରଙ୍ଗ ଖେଳିବାକୁ ଚାହୁଁଥିଲେ ଆପଣ ବଜାରରୁ ରଙ୍ଗ କିଣିବା ଅପେକ୍ଷା ହୋଲିରେ ଆପଣ ଘରେ ହର୍ବାଲ ଏବଂ ନ୍ୟାଚୁରାଲ ରଙ୍ଗ ବନାଇପାରିବେ। ଏହି ରଙ୍ଗ ଆପଣଙ୍କ ତ୍ୱଚାକୁ କୌଣସି ପ୍ରକାର କ୍ଷତି ପହଁଚାଇ ନଥାଏ। ଖାଲି ଏତିକି ନୁହେଁ ଏହି ଘର ତିଆରି ରଙ୍ଗ ବଜାର ରଙ୍ଗ ଠାରୁ ଶସ୍ତା ବି ପଡିବ। ଆସନ୍ତୁ ଜାଣିବା କେମିତି ବିନା କୌଣସି ପରିଶ୍ରମରେ ଘରେ ସହଜରେ ରଙ୍ଗ ବନାଇ ପାରିବେ।

colorଏପରି ବନାନ୍ତୁ ହୋଲି ରଙ୍ଗ

ସବୁଜ ରଙ୍ଗ ବନାଇବା ପାଇଁ ନିମ୍ବ ପତ୍ର କିମ୍ବା ପାଳଙ୍ଗ ପତ୍ର ପେଶି ସେଥିରେ ଆରୋରୁଟ୍ ବନାଇ ଦିଅନ୍ତୁ। ଏହାକୁ ଶୁଖାଇ ଗୁଣ୍ଡ କରି ରଙ୍ଗ ଭଳି ବ୍ୟବହାର କରିପାରିବେ।  ଲାଲ ରଙ୍ଗ ପାଇଁ ଆପଣ ବିଟକୁ ବ୍ୟବହାର କରିପାରିବେ। ସେହିପରି ହଳଦି ରଙ୍ଗ ପାଇଁ ଆପଣ ରୋଷେଇ ହଳଦିର ବ୍ୟବହାର କରିପାରିବେ। ଏହାବ୍ୟତୀତ ଆପଣ ଏହାକୁ ସୁଗନ୍ଧ କରିବା ପାଇଁ ଗେଣ୍ଡୁ ଫୁଲ କିମ୍ବା ମନ୍ଦାର ଫୁଲର ବ୍ୟବହାର କରିପାରିବେ। ଫୁଲକୁ ମିଶାଇ ଆରୋରୁଟ୍ ମିଶରାଇ ସୁଖାଇ ପାରିବେ। ଆପଣ ଏହାର ପେଷ୍ଟ ବନାଇ ଓଦା କରି ମଧ୍ୟ ପ୍ରୟୋଗ କରିପାରିବେ।

colourଘରେ ରଙ୍ଗ ବନାଇବାର ଫାଇଦା

ଘରେ ରଙ୍ଗ ବନାଇବାର ସବୁଠାରୁ ବଡ ଲାଭ ହେଉଛି ଏହି ରଙ୍ଗରେ କେମିକାଲ ନଥାଏ। ବିନା କେମିକାଲଯୁକ୍ତ ହୋଇଥିବାରୁ ଏହି ରଙ୍ଗ ଆପଣଙ୍କ କେଶ ଏବଂ ତ୍ୱଚା ସମେତ ପୂରା ଶରୀରକ କୌଣସି କ୍ଷତି ପହଁଚାଇନଥାଏ। ଏହାବ୍ୟତୀତ ଏହି ରଙ୍ଗ ବଜାର ରଙ୍ଗ ମୂଲ୍ୟ ଅପେକ୍ଷା ଶସ୍ତା ହୋଇଥାଏ। ଖାଲି ଏତିକି ନୁହେଁ ଏହି ରଙ୍ଗ ସହଜରେ ତ୍ୱଚାରୁ ହଟିଯାଏ ମଧ୍ୟ। ତେଣୁ ଆପଣ ବଜାର ରଙ୍ଗ ଅପେକ୍ଷା ଘର ତିଆରି ରଙ୍ଗ ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.