କୃଷ୍ଣ ଜନ୍ମାଷ୍ଟମୀରେ ଘରେ ପ୍ରସ୍ତୁତ କରନ୍ତୁ ମଥୁରା ପ୍ରସିଦ୍ଧ ପେଡା; ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଆଜି ସାରା ଦେଶରେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ। ଏହି ଅବସରରେ ଘରେ ଘରେ ଉତ୍ସବର ମାହୋଲ। ଏହି ଦିନ ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣଙ୍କ ପସନ୍ଦର ଜିନିଷ ପ୍ରସ୍ତୁତ କରି ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରି ଥାଆନ୍ତି। ଆପଣ ମଧ୍ୟ ଆଜିର ଏହି ସୁଯୋଗକୁ ହାତଛଡ଼ା ନ କରି ଜନ୍ମାଷ୍ଟମୀରେ ଘରେ ପ୍ରସ୍ତୁତ କରନ୍ତୁ ମଥୁରା ପ୍ରସିଦ୍ଧ ପେଡ଼ା।

ମଥୁରାକୁ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ କୁହା ଯାଇଥାଏ। ଏହା କୃଷ୍ଣଙ୍କ ଜନ୍ମସ୍ଥାନ ହୋଇଥିବାରୁ ଏକ ଧାର୍ମିକ ସହରର ଆଖ୍ୟା ପାଇଛି। ଏଠାକାର ସ୍ୱତନ୍ତ୍ର ବ୍ୟଞ୍ଜନର ବେଶ୍‌ ଖ୍ୟାତି ରହିଛି। କୁହାଯାଏ, ମଥୁରା ବ୍ୟଞ୍ଜନର ସ୍ୱାଦ ଚାଖିବା ବିନା ଆପଣଙ୍କ ମଥୁରା ଯାତ୍ରା ଅଧୁରା ରହିଯାଏ। ତେଣୁ ଆଜି ଆମେ ଆପଣଙ୍କୁ କହିବୁ, କିପରି ପ୍ରସ୍ତୁତ କରାଯାଏ ସୁସ୍ୱାଦୁ ମଥୁରା ପେଡା। ଆସନ୍ତୁ ଜାଣିବା…

ମଥୁରା ପେଡ଼ା ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ

ଖୁଆ-୨୦୦ ଗ୍ରାମ

ଚିନି-୩ ଚାମଚ

ଗୁଜୁରାତି ଗୁଣ୍ଡ- ୧ ଚାମଚ

ଘିଅ-୧ ଚାମଚ

କ୍ଷୀର-୩ ଚାମଚ

ପାଉଡର ଚିନି-୧/୪ କପ୍‌

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ଏକ ଗରମ ପ୍ୟାନରେ ଖୁଆ ପକାନ୍ତୁ।

-ଏବେ ଘିଅ ଓ ଚିନି ପକାଇ ଲଗାତାର ଗୋଳାନ୍ତୁ।

-ଚିନି ତରଳିଯିବା ପରେ ସେଥିରେ କ୍ଷୀର ମିଶାଇ ଲଗାତାର ଗୋଳାଇ ଚାଲନ୍ତୁ, ଯେପରି ମିଶ୍ରଣ ପ୍ୟାନରେ ନ ଲାଗିବ।

-ମିଶ୍ରଣକୁ ସେ ପର୍ଯ୍ୟନ୍ତ ଗୋଳାଉ ଥାଆନ୍ତୁ, ଯେ ପର୍ଯ୍ୟନ୍ତ ଏହା ଗୋଲ୍ଡେନ ବ୍ରାଉନ ନ ହୋଇଛି।

-ଯେତେ ବେଳେ ଏହି ମିଶ୍ରଣ ବହଳିଆ ହେବାକୁ ଲାଗିବ ବା ପ୍ୟାନରୁ ଛାଡ଼ିବା ଆରମ୍ଭ କରିବ, ସେତେ ବେଳେ ସେଥିରେ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବରେ ମିକ୍ସ କରି ନିଅନ୍ତୁ।

-ଏବେ ଏହି ମିଶ୍ରଣକୁ ପ୍ଲେଟ୍‌କୁ କାଢ଼ି ଥଣ୍ଡା ହେବାକୁ ଦିଅନ୍ତୁ।

-ଥଣ୍ଡା ହୋଇଗଲେ ଏହାକୁ ପେଡ଼ାର ଶେପ୍‌ ଦିଅନ୍ତୁ ଏବଂ ପେଡ଼ା ମଝିରେ ଆଙ୍ଗୁଳିରେ ହାଲୁକା ଦବାନ୍ତୁ।

-ଏବେ ଏହାକୁ ପାଉଡର ଚିନିରେ କୋଟ୍‌ କରି ପରସନ୍ତୁ।

Leave A Reply

Your email address will not be published.