ଥରେ ନିଶ୍ଚୟ ପ୍ରସ୍ତୁତ କରନ୍ତୁ ପାଳଙ୍ଗମଟର ଟେଷ୍ଟୀ କଚୁଡି

ସାମଗ୍ରୀ
ଅଟା – ୨ କପ୍
ସୁଜି – ୧ ଚାମଚ
ପାଳଙ୍ଗ ପ୍ୟୁରୀ – ୧/୪ କପ୍
ଜୁଆଣି – ୧/୪ ଚାମଚ
ତେଲ – ଆବଶ୍ୟକନୁସାରେ
ଲୁଣ – ସ୍ୱାଦାନୁସାରେ
ପାଣି – ଅଟା ଚକଟିବା ପାଇଁ
ସ୍ଟଫିଙ୍ଗ କରିବା ପାଇଁ
ସବୁଜ ମଟର – ୧କପ୍
ହେଙ୍ଗୁ – ସାମନ୍ୟ
ଲାଲ ଲଙ୍କା ପାଉଡର –୧/୨ ଚାମଚ
ଆମଚୁର ପାଉଡର – ୧/୨ ଚାମଚ
ଗରମ ମସଲା –୧/୪ ଚାମଚ
ଲୁଣ – ସ୍ୱାଦାନୁସାରେ
ତେଲ – ଛାଣିବା ପାଇଁ
ପ୍ରଣାଳୀ
କଚୁଡି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଅଟା ଚକଟି ତାକୁ ସେଟ୍ ହେବା ପାଇଁ ଛାଡି ଦିଅନ୍ତୁ। ଏବେ କଚୁଡିର ସ୍ଟଫିଂ ପ୍ରସ୍ତୁତ କରନ୍ତୁ।
ସବୁଜ ମଟରକୁ ଭଲଭାବେ ପେଶି ଦିଅନ୍ତୁ। ଏବେ କଡାରେ ତେଲ ଗରମ କରି ଏଥିରେ ହେଙ୍ଗୁ ଗରମ ପକାନ୍ତୁ। ଏହାପରେ ମଟର ପକାଇ ତାକୁ ଭଲଭାବେ ଭାଜି ଦିଅନ୍ତୁ। ଯେପରି ତାହାର ମଶ୍ଚରାଇଜର ପଳାଇଥିବ।
ଏହାପରେ ଏଥିରେ ଲାଲ ଲଙ୍କା, ଆମଚୁର ପାଉଡର, ଗରମ ମସଲା ଏବଂ ଲୁ ଣ ପକାଇ ମିଶାଇ ଦିଅନ୍ତୁ। ମିଶ୍ରଣକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି କଚୁଡିର ଷ୍ଟଫିଂ।
ଏବେ ଚକଟି ରଖିଥିବା ଅଟାକୁ ଗୋଲ ଗୋଲ କରି ଏହା ଭିତରେ ପ୍ରସ୍ତୁତ କରି ରଖିଥିବା ସ୍ଟଫିଂ ଭରି ଛାଣନ୍ତୁ। ଏହା ଭଲଭାବେ ଛାଣି ହୋଇଗଲା ପରେ ଏହାକୁ ଚଟଣୀ ସହିତ ସର୍ଭ କରନ୍ତୁ।