ବଜାର ଭଳି ବନାନ୍ତୁ ଟେଷ୍ଟି ଆଳୁ ଚିପ୍ସ, ସ୍ୱାସ୍ଥ୍ୟକର ହେବା ସହ ସ୍ୱାଦିଷ୍ଟ ମଧ୍ୟ

ପିଲାଙ୍କୁ ବହୁତ ପସନ୍ଦ ଚିପ୍ସ। ଲୁଣିଆ ଲୁଣିଆ ଆଳୁ ଚିପ୍ସକୁ ତ ଲୋକମାନେ ବହୁତ ପସନ୍ଦ କରନ୍ତି। ଏମିତିରେ ଏହା ଇଭିନିଙ୍ଗ୍‌ ସ୍ନାକ୍ସରେ ମଧ୍ୟ ପିଲାଙ୍କୁ ବହୁତ ପସନ୍ଦ ଆସିଥାଏ। ଅବଶ୍ୟ ଏହି ସ୍ନାକ୍ସ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ। କାହିଁକିନା ପ୍ୟାକେଟ ଭିତରେ ଥିିବା ଚିପ୍ସ କେତେ ଦିନ ଧରି ତିଆରି ହୋଇ ରହିଛି କେବେଠୁ ତିଆରି ହୋଇଛି। ଏହିସବୁ କଥା ଯଦି ମନରେ ଆସୁଛି ତାହେଲେ ଆପଣ ନିଜେ ଘରେ ବନାଇପାରିବେ ଆଳୁ ଚିପ୍ସ। ତେବେ ଜାଣନ୍ତୁ କେମିତି କରିବେ ଏହାକୁ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଆଳୁ
  • ଥଣ୍ଡା ପାଣି
  • ଛାଣିବା ପାଇଁ ତେଲ
  • ଲୁଣ
  • ଲାଲ ଲଙ୍କା

aloo chipsକେମିତି ପ୍ରସ୍ତୁତ କରିବେ ଜାଣନ୍ତୁ

ଗୋଟେ ଆଳୁ ନିଅନ୍ତୁ ଏବଂ ତାର ଚୋପା ଛଡାଇ ଦିଅନ୍ତୁ। ଏହାପରେ ଏହି ଆଳୁକୁ ଛୁରୀ ନହେଲେ ଗ୍ରେଟର ସାହାଯ୍ୟରେ ପୂରା ପତଳା ପତଳା ସ୍ଲାଇସ୍‌ କରି କାଟିଦିଅନ୍ତୁ। ଏକ ପାତ୍ରରେ ଏହାକୁ ବାହାର କରି ପାଣି ପକାଇ ଧୋଇ ଦିଅନ୍ତୁ। ଏବେ ଏହାକୁ ସୂତା କପଡା ସାହାଯ୍ୟରେ ସୁଖାଇ ଦିଅନ୍ତୁ। ଏବେ ଏକ କଡାରେ ତେଲ ପକାଇ ଗରମ କରିଦିଅନ୍ତୁ। ତେଲ ଗରମ ହୋଇଗଲେ ଏହାକୁ ପକାଇ ଛାଣି ଦିଅନ୍ତୁ। ସୁନେଲୀ ରଙ୍ଗ ହୋଇଗଲା ପରେ ଏହାକୁ ଟିସ୍ୟୁ ପେପରକୁ ବାହାର କରିଦିଅନ୍ତୁ ଯେମିତି ଏଥିରୁ ଏକ୍ସଟ୍ରା ତେଲ ବାହାରିପଡିବ।

ଏବେ ଏଥିରେ ଲୁଣ, ଲାଲ ଲଙ୍କା ପାଉଡର ପକାଇ ଭଲଭାବେ ମିଶାନ୍ତୁ। ଆଳୁ ଚିପ୍ସକୁ ସର୍ଭ କରିବା ପାଇଁ ଏହା ଏବେ ପ୍ରସ୍ତୁତ ହୋଇଯାଇଛି। ଏହାକୁ ପିଲାଙ୍କ ସମେତ ବଡ ମାନଙ୍କୁ ମଧ୍ୟ ଟିଭି ଦେଖିବାବେଳେ କିମ୍ବା ସନ୍ଧ୍ୟାର ଚା ସହିତ ସର୍ଭ କରି ମୁଡକୁ ଏକଦମ୍‌ ବଢ଼ିଆ କରିପାରିବେ। ଆପଣ ଏହାକୁ ବ୍ରତରେ ବି ମଧ୍ୟ ଖାଇପାରିବେ। କେବଳ ସେତେବେଳେ ଶୁଦ୍ଧ ଲୁଣ ବ୍ୟବହାର କରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.