ଆଜି ଇଣ୍ଟରନ୍ୟାସନାଲ କଫି ଡେ, ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ଟେଷ୍ଟୀ କଫି

ଆବଶ୍ୟକ ସାମଗ୍ରୀ

୨ ଗ୍ଲାସ କ୍ଷୀର
୫ ଚାମଚ ଚିନି
୨ଟି କଫି ପାଉଚ
ଗୋଟେ କଫି ମଗ୍‌
୧/୨ କପରୁ ଅଳ୍ପ ପାଣି
ଗରମ କ୍ଷୀର

cofeeପ୍ରସ୍ତୁତି ପ୍ରଣାଳୀ

  • ଯେତେବେଳ ଯାଏଁ କ୍ଷୀର ଗରମ ହେଉଥିବ, ତାରି ଭିତରେ ଆପଣ ବାକି ସବୁକୁ ପ୍ରସ୍ତୁତ କରନ୍ତୁ।
  • ଏଥିପାଇଁ ଏକ କଫି ମଗରେ ଚିନି ପକାନ୍ତୁ। ଚିନି ପକାଇବା ପରେ ଏଥିରେ ଦୁଇଟି କଫି ପାଉଚ ପକାଇ ଦିଅନ୍ତୁ।
  • ଯଦି ଆପଣ ବୋଟଲ କଫି ବ୍ୟବହାର କରୁଛନ୍ତି ତାହେଲେ ୨ ଚାମଚ କଫି ପକାନ୍ତୁ।
  • ଏବେ ମଗରେ ପାଣି ଦିଅନ୍ତୁ ଏବଂ ଚାମଚ ସାହାଯ୍ୟରେ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହି ପ୍ରସ୍ତୁତ ସେକକୁ ଅଲଗା ଅଲଗା କପରେ ରଖିଦିଅନ୍ତୁ।
  • ଏହି ସେକରେ ୪ କପ୍‌ କଫି ପ୍ରସ୍ତୁତ ହେବ। ଚାରି କପରେ ବରାବର ମାତ୍ରରେ ଚିନି ପକାନ୍ତୁ।
  • ଏବେ ଏଥିରେ ଗରମ କ୍ଷୀର ଢ଼ାଳନ୍ତୁ। ଯେମିତି ଆପଣ କ୍ଷୀର ପକାଇବେ କଫିର ଫେଣ ବା ଝାଗ ଉପରକୁ ଆସିଯିବ।
  • ଚାରି କପରେ ଅଳ୍ପ ଅଳ୍ପ କଫି ପାଉଡର ପକାଇ ଗରମା ଗରମ କଫି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.