ପର୍ବପର୍ବାଣୀରେ ଘରେ ପ୍ରସ୍ତୁତ କରନ୍ତୁ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ଅବିୟଲ

ଦକ୍ଷିଣ ଭାରତୀୟ ଖାଦ୍ୟ ସମଗ୍ର ବିଶ୍ୱରେ ବେଶ ପ୍ରସିଦ୍ଧ । ଦକ୍ଷିଣ ଭାରତରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଇବାକୁ ମିଳିଥାଏ। ଦକ୍ଷିଣ ଭାରତୀୟ ପର୍ବପର୍ବାଣୀରେ ଏପରି ଏକ ଖାଦ୍ୟ ପ୍ରସ୍ତୁତ ହୋଇଥାଏ, ଯାହାର ନାମ ଅବିୟଲ। ଆସନ୍ତୁ ଜାଣିବା, ଏହାକୁ କିପରି ପ୍ରସ୍ତୁତ କରାଯାଏ :

ଆବଶ୍ୟକ ସାମଗ୍ରୀ :

୨୫୦ ଗ୍ରାମ ଲାଉ
୨ଟି ସଜନାଛୁଇଁ
୨ଟି ଆଳୁ
୨ଟି ଗାଜର
୧୦ଟି ବିନ
୨୫୦ ଗ୍ରାମ ମାଟିଆଳୁ
ଗୋଟେ କଞ୍ଚା କଦଳୀ

34

ନଡିଆ ଗ୍ରେଭି ପାଇଁ :

ଦେଢ କପ୍‌ ନଡିଆ କୋରା
୩ଟି କଞ୍ଚାଲଙ୍କା
ଗୋଟେ ବଡ ଚାମଚ ନଡିଆ ତେଲ
୧ ଚାମଚ ଜିରା
ଭୃସଙ୍ଗ ପତ୍ର
ସ୍ୱାଦନୁସାରେ ଲୁଣ ଏବଂ ଏକ କପ୍‌ ଦହି ମିଶାଇ ପେଷ୍ଟ କରିଦିଅନ୍ତୁ।

ପ୍ରସ୍ତୁତି ପ୍ରଣାଳୀ :

ଅବିୟଲ ପ୍ରସ୍ତୁତି କରିବା ପାଇଁ ପ୍ରଥମେ ସବୁ ପନିପରିବାକୁ କାଟି ପ୍ରେସରକୁକରରେ ଲୁଣ,୧/ ୪ କପ୍‌ ପାଣି ଦେଇ ଦୁଇଟି ସିଟି ମାରିନିଅନ୍ତୁ। ଏହା ପରେ ଅଳ୍ପ ଆଞ୍ଚରେ ୩ରୁ ୪ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ। ଏବେ ନଡିଆରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପେଷ୍ଟକୁ ଏଥିରେ ପକାଇ ଦିଅନ୍ତୁ। ତା ପରେ ଏହା ଉପରେ ୧ ଚାମଚ ନଡିଆ ତେଲ ପକାଇ ସ୍ୱାଦୁନୁସାରେ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଅବିୟଲ। ଏହାକୁ ଆପଣ ଚାଉଳ ଏବଂ ସମ୍ବର ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.