‘କୁଲି ନମ୍ବର ଓ୍ଵାନ’ ସୁଟିଂ ସେଟରେ ଲାଗିଲା ନିଆଁ, ଜାଣନ୍ତୁ କେମିତି ଅଛନ୍ତି ସାରା ଏବଂ ବରୁଣ

ବରୁଣ ଧଓ୍ଵନ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ ‘କୁଲି ନମ୍ବର ଓ୍ଵାନ’ର ସୁଟିଂ ସେଟରେ ଏକ ଦୁର୍ଘଟଣା ଘଟିଛି। ମୁମ୍ବାଇର ଗୋରୋଗାଓଁରେ ଥିବା ଫିଲ୍ମିସ୍ତାନ ଷ୍ଟୁଡିଓରେ ନିଆଁ ଲାଗିଛି। ଏକ ରିପୋର୍ଟ ଅନୁଯାୟୀଏହି ଅଗ୍ନିକାଣ୍ଡ ଗତକାଲି ରାତି ପ୍ରାୟ ୧୨.୩୦ରେ ହୋଇଥିଲା। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଅବଶ୍ୟ ପୂରା ଟିମ୍‌ ସୁରକ୍ଷିତ ଅଛି।

କୁଲି ନମ୍ବର ଓ୍ଵାନ ୧୯୯୫ ମସିହାରେ ଗୋବିନ୍ଦ ଏବଂ କରିଶ୍ମାଙ୍କର ହିଟ୍‌ ଫିଲ୍ମ ‘କୁଲି ନମ୍ବର ଓ୍ଵାନ’ର ରିମେକ। ସେହି ଫିଲ୍ମକୁ ଡେଭିଡ୍‌ ଧଓ୍ଵନ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମଧ୍ୟ ଡେଭିଡ୍‌ ଧଓ୍ଵନ ଏହି ଫିଲ୍ମର ଦାୟିତ୍ୱ ନିଜ ହାତରେ ନେଇଛନ୍ତି। ଏହି ଫିଲ୍ମର ସୁଟିଂ ବହୁତ ବେଗରେ ଚାଲୁଛି। ନିକଟରେ ସାରା ଏବଂ ବରୁଣ ଏକ ଗୀତ ପାଇଁ ଗଣେଷ ଆଚାଯ୍ୟର୍ଙ୍କ ସହିତ ରିହର୍ସଲ କରୁଥିବା ନଜର ଆସିଥିଲେ।

varun saraଫିଲ୍ମ ମେକର୍ସର ପୋଷ୍ଟର୍ସ ଏବଂ ଫାଷ୍ଟ ଲୁକ୍‌ ମାର୍କେଟକୁ ଆସିସାରିଛି। ଏହି ଫିଲ୍ମକୁ ବହୁତ ଭଲ ରେସପୋନ୍ସ ମଧ୍ୟ ମିଳୁଛି। ବରୁଣ ନିଜର କମେଡି ପାଇଁ ବହୁତ ପପୁଲାର। ଏମିତିରେ ଫ୍ୟାନ୍ସଙ୍କୁ ଏହି ଫିଲ୍ମ ପାଇଁ ମଧ୍ୟ ବହୁତ ଆଶା ରହିଛି।

ସାରା ଏହି ଫିଲ୍ମ ବ୍ୟତୀତ ଲଭ୍‌ ‘ଆଜକଲ’ର ରିମେକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ କାର୍ତ୍ତିକ ଆର୍ୟନଙ୍କ ସାଥିରେ ନଜର ଆସିବେ।