ଝାରସୁଗୁଡ଼ା ଏୟାରପୋର୍ଟରୁ ଉଡ଼ିବ ଆଉ ୨ ବିମାନ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ବାସୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡ଼ା ଏୟାରପୋର୍ଟରୁ ଉଡ଼ିବ ଆଉ ୨ ବିମାନ । କୋଲକାତା ଓ ବେଙ୍ଗାଳୁରୁକୁ ଏହି ବିମାନ ଉଡ଼ିବ । ଏବେ ଝାରସୁଗୁଡ଼ାରୁ ୫ ସ୍ଥାନକୁ ବିମାନ ଉଡ଼ାଣ ହେଉଛି । ସେପଟେ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ କାର୍ଯ୍ୟ ତ୍ୱରାନିତ ପାଇଁ ଆଲୋଚନା ହୋଇଛି । ଜୟପୁର ଏୟାରଷ୍ଟ୍ରିପ୍‌ କାର୍ଯ୍ୟ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର ସରିଛି । ମୌଖିକ ଭିର୍ତ୍ତିଭୂମି କାମ ସରିବା ପରେ ସେଠାରୁ ବିମାନ ଚଳାଚଳ ଆରମ୍ଭ ହେବ । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଅବସରରେ ବେସାମରିକ ବିମାନ ଚଳାଚଳ ବିଭାଗ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ପଣ୍ଡା ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.