ସନଡେକୁ କରନ୍ତୁ ଫନଡେ, ଆଜି ଘରେ ପ୍ରସ୍ତୁତ କରନ୍ତୁ ରେସ୍ତେରାଁ ଷ୍ଟାଇଲ ଚିକେନ ମସଲା

ଆବଶ୍ୟକ ସାମଗ୍ରୀ

  • ୧/୨ କିଲୋ ଚିକେନ
  • ୪ଟି ପିଆଜ
  • ୨ଟି ଟମାଟୋ (ଛୋଟ କଟା ହୋଇଥିବା)
  • ୧ ଚାମଚ ଅଦା ରସୁଣ ପେଷ୍ଟ
  • ୧ ଚାମଚ ହଳଦି ପାଉଡର
  • ୧/୨ ଚାମଚ ଧନିଆ ପାଉଡର
  • ୧ ଚାମଚ ଜିରା ପାଉଡର
  • ୫ଟି ଗୋଲମରୀଚ
  • ୩-୪ଟି ଅଳେଇଚ
  • ୧ ଖଣ୍ଡ ଡାଲଚିନି
  • ୧ ଚାମଚ ଜିରା
  • ୨ଟି ଲବଙ୍ଗ
  • ୨ଟି ତେଜପତ୍ର
  • ୧ ଚାମଚ ଗରମ ମସଲା
  • ଲୁଣ ସ୍ୱାଦାନୁସାରେ
  • ୧ କପ୍‌ ତେଲ
  • ୧ କପ୍‌ ପାଣି

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ସମସ୍ତ ଗୋଟା ମସଲାକୁ ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ।
  2. ଏହାପରେ ଚିକେନ ପିସକୁ ଭଲଭାବେ ଧୋଇ ଚିକେନରୁ ସମସ୍ତ ପାଣି ବାହାର କରିଦିଅନ୍ତୁ।
  3. ଏବେ ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ପକାଇ ଗରମ କରିବାକୁ ରଖନ୍ତୁ।
  4. ତେଲ ଗରମ ହେବା ପରେ ଏଥିରେ ଗ୍ରାଇଣ୍ଡିଂ କରିଥିବା ମସଲା, ଜିରା, ଡାଲଚିନି, ଲବଙ୍ଗ, ତେଜପତ୍ର ଏବଂ ଅଳେଇଚ ପାଉଡର ପକାଇ ୧୫-୨୦ ସେକେଣ୍ଡେ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  5. ଏହାପରେ ପିଆଜ ଏବଂ ଅଦା ରସୁଣ ପେଷ୍ଟ ପକାଇ ଭାଜି ଦିଅନ୍ତୁ।
  6. ଏବେ ଏଥିରେ ଟମାଟୋ, ଲାଲ ଲଙ୍କା ପାଉଡର, ହଳଦି ପାଉଡର, ଜିରା ପାଉଡର ଏବଂ ଧନିଆ ପାଉଡର ପକାଇ ୫ ମିନିଟ ପର୍ଯ୍ୟନ୍ତ ଭାଜିଦିଅନ୍ତୁ।
  7. ଏବେ ଏଥିରେ ଚିକେନ ପିସ୍‌ ଏବଂ ଲୁଣ ପକାଇ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
  8. ଏହାପରେ ଏକ କପ୍‌ ପାଣି ପକାଇ ପ୍ୟାନର ଘୋଡଣୀ ବନ୍ଦ କରି ହାଲକା ଆଞ୍ଚରେ ୨୦ ମିନିଟ ପର୍ଯ୍ୟନ୍ତ ଚିକେନକୁ ସିଝିବାକୁ ଛାଡନ୍ତୁ।
  9. ନିର୍ଦ୍ଧିଷ୍ଟ ସମୟ ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ।
  10. ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଚିକେନ ମସଲା। ଧନିଆ ପତ୍ରରେ ଗାର୍ନିସ କରି ଏହାକୁ ଗରମା ଗରମ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.