ସଣ୍ଡେ ଇଭିନିଙ୍ଗକୁ କରନ୍ତୁ ସ୍ପେସିଆଲ, ଆଜି ହିଁ ଘରେ ବନାନ୍ତୁ “ପଟାଟୋ ପ୍ୟାନ କେକ”

ଆବଶ୍ୟକୀୟ ସାମଗ୍ରୀ

  • ଆଳୁ
  • ବେସନ
  • ଏକ କପ କଟା ପରିବା (ବିନ, ଗାଜର, କ୍ୟାପ୍ସିକମ, ଟମାଟୋ)
  • ଅଧା ଚାମଚ ଅଦା ରସୁଣ ପେଷ୍ଟ
  • କଞ୍ଚାଲଙ୍କା
  • ଜୁଆଣି
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଧନିଆପତ୍ର
  • ତେଲ
  • ସ୍ୱାଦ ଅନୁସାରେ ଲୁଣPotato Pancakes (German Kartoffelpuffer) - The Daring Gourmet

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ର ନେଇ ସେଥିରେ କଂଚା ଆଳୁକୁ ଚୋପା ଛାଡ଼ି ଗ୍ରେଟ କରିଦିଅନ୍ତୁ । ତାପରେ ସେଥିରେ ଦୁଇ ଚାମଚ ବେସନ, ଅଦା ରସୁଣ ପେଷ୍ଟ, କଞ୍ଚାଲଙ୍କା, ଜୁଆଣି, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆପତ୍ର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ଏକ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ ଏବଂ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ଛୋଟ ଛୋଟ ଟିକ୍କି ଆକାରର କରି ପିଠା ଭଳି ଦିଅନ୍ତୁ । ଆଉ ତା ଉପରେ କାଟି ରଖିଥିବା ପରିବାକୁ ଅଳ୍ପ ଅଳ୍ପ କରି ଦିଅନ୍ତୁ । କିଛି ସମୟ ଫ୍ରାଏ ହେଲା ପରେ ଏହାକୁ ଲେଉଟାଇ ଦିଅନ୍ତୁ । ଏହିପରି ଭାବେ ଦୁଇପଟକୁ ଭଲଭାବେ ସେକି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ଗରମାଗରମ ‘ପଟାଟୋ ପ୍ୟାନ କେକ’ । ଏହାକୁ ଆପଣ ସସ କିମ୍ବା ଚଟଣି ସହିତ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.