ରଥଯାତ୍ରା ସ୍ପେଶାଲରେ ଘରେ ବନାନ୍ତୁ ବଜାର ଭଳି ଟେଷ୍ଟୀ ସଫ୍ଟ ଢ଼ୋକଲା

ଗୁଜରାଟ ପ୍ରସିଦ୍ଧ ଢ଼ୋକଲାର ସ୍ୱାଦ ତ ଆପଣ ଚାଖିଥିବେ। କିନ୍ତୁ ଏବେ କେବଳ ଗୁଜରାଟରେ ନୁହେଁ ସବୁ ଯାଗାରେ ବି ଏହି ଟେଷ୍ଟୀ ରେସିପି ବନାଉଛନ୍ତି। ଢ଼ୋକଲା ଯେତିକି ସ୍ୱଫ୍ଟ ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ। ଆପଣ ବି ଏବେ ବାହାରର କୌଣସି ଜିନିଷ ନ ଖାଇ ଘରେ ଢ଼ୋକଲା ବନାଇ ଖାଆନ୍ତୁ। ତାହେଲ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ବେସନ – ୧ କପ୍‌
ସୁଜି – ୧/୨ କପ୍‌
ଦହି – ୩/୪ କପ୍‌
ହଳଦି ପାଉଡର – ୧/୪ ଛୋଟ ଚାମଚ
ନଡିଆ କୋରା – ୨ ଟେବୁଲ ଚାମଚ
ଧନିଆ ପତ୍ର – ୨ ଟେବୁଲ ଚାମଚ
ତେଲ – ୩ ଟେବୁଲ ଚାମଚ
ରାଇ – ୧/୨ ଛୋଟ ଚାମଚ
ଭୃସଙ୍ଗ ପତ୍ର – ୧୫ଟି
ଚିନି – ୩ ଛୋଟ ଚାମଚ
ଇନୋ ସଲ୍ଟ – ୩/୪ ଛୋଟ ଚାମଚ
ଲୁଣ – ୩-୪ ଛୋଟ ଚାମଚ
ଅଦା ପେଷ୍ଟ – ୧/୨ ଛୋଟ ଚାମଚ
ଲେମ୍ବୁ – ୧

dhoklaaପ୍ରସ୍ତୁତି ପ୍ରଣାଳୀ

-ଢ଼ୋକଲା ବନାଇବା ପାଇଁ ସର୍ବପ୍ରଥମେ କୌଣସି ଏକ ବଡ ପାତ୍ରରେ ବେସନ ନିଅନ୍ତୁ। ପରେ ଏଥିରେ ସୁଜି ଏବଂ ଦହି ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ପାଣି ପକାଇ ଘୋଳ ବନାଇ ଦିଅନ୍ତୁ।

-ଏହି ଘୋଳରେ ଲୁଣ, ଅଦା ପେଷ୍ଟ ଏବଂ ଦୁଇ ଚାମଚ ଲେମ୍ବୁ ରସ ପକାଇ ସବୁ ଜିନିଷକୁ ଭଲଭାବେ ମିଶାଇ ଦିଅନ୍ତୁ।

-ଏବେ ଏଥିରେ ଗୋଟେ ଛୋଟ ଚାମଚ ଚିନି, ୧/୪ ଛୋଟ ଚାମଚ ହଳଦି ପାଉଡର ପକାଇ ମିଶାଇ ଦିଅନ୍ତୁ।

-ଏବେ ଏହି ଘୋଳକୁ ୧୦ ମିନିଟ ପାଇଁ ଘୋଡାଇ ରଖିଦିଅନ୍ତୁ। ଯାହାଦ୍ୱାରା ଏହା ଫୁଲିକି ସେଟ୍‌ ହୋଇଯିବ।

-ବଡ ପ୍ରେସର କୁକରରେ ୨କପ୍‌ ପାଣି ପକାଇ ଆଞ୍ଚ ଉପରେ ଗରମ ହେବା ପଯ୍ୟର୍ନ୍ତ ରଖନ୍ତୁ। ଇଡଲି ଷ୍ଟାଣ୍ଡରେ ତେଲ ଲଗାଇ ଦିଅନ୍ତୁ।

-ଏବେ ଏହି ମିଶ୍ରଣରେ ଇନୋ ମିଶାଇ ଭଲଭାବେ ମିକ୍ସ କରନ୍ତ ଏବଂ ଚାମଚରେ ଇଡଲୀ ଷ୍ଟାଣ୍ଡରେ ଭରନ୍ତୁ। ଏହାପରେ ଏହାକୁ କୁକରରେ ପ୍ରସ୍ତୁତ ହେବା ଛାଡିଦିଅନ୍ତୁ। କୁକୁରକୁ ବିନା ସିଟି ଦେଇ ଢ଼ାଙ୍କୁଣି ଲଗାଇ ଦିଅନ୍ତୁ।

-ଆଞ୍ଚକୁ ମଧ୍ୟମରେ ରଖନ୍ତୁ। ଏହାକୁ ୧୫ ମିନିଟ ପଯ୍ୟର୍ନ୍ତ ଆଞ୍ଚରେ ପ୍ରସ୍ତୁତ ହେବା ପାଇଁ ଛାଡି ଦିଅନ୍ତୁ। ଏହାପରେ ଢ଼ାଙ୍କୁଣୀ ଖୋଲି ଦିଅନ୍ତୁ। ଏବେ ଆପଣଙ୍କର ଇଡଲୀ ଢ଼ୋକଲା ପ୍ରସ୍ତୁତ ହୋଇଯାଇଛି।

-ଏବେ ଏହାକୁ ଆଞ୍ଚରୁ ଓହ୍ଲାଇ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଏହାପରେ ଇଡଲୀ ଷ୍ଟାଣ୍ଡକୁ କୁକରରୁ ବାହାର କରି ଛୁରି କିମ୍ବା ଚାମଚ ସାହାଯ୍ୟରେ ଇଡଲୀ ଷ୍ଟାଣ୍ଡରୁ ପ୍ଲେଟକୁ ବାହାର କରନ୍ତୁ।

– ଏବେ ଏହାକୁ ତଡକା ଦେବା ପାଇଁ କଡାରେ ୨ ଛୋଟ ଚାମଚ ତେଲ ପକାଇ ଗରମ କରନ୍ତୁ। ଏହାପରେ ଏଥିରେ ରାଇ ବା ସୋରିଷ ପକାଇ ତଡକା ଦିଅନ୍ତୁ। ଏହାପରେ ଏଥିରେ ଭୃଷଙ୍ଗ ପତ୍ର, ଚିନି, ଲେମ୍ବୁ ଏବଂ ପାଣି ପକାନ୍ତୁ। ଯେତେବେଳେ ଏହା ଗାଢ଼ ହୋଇଯିବ ସେତେବେଳେ ଆଞ୍ଚକୁ ବନ୍ଦ କରିଦିଅନ୍ତୁ।

-ଏବେ ଆପଣଙ୍କର ଢ଼ୋକଲା ପ୍ରସ୍ତୁତ ହୋଇଯାଇଛି। ଏବେ ଏହା ଉପରେ କଟା ଧନିଆ ପତ୍ର ଏବଂ ନଡିଆ କୋରା ପକାଇ ଗାର୍ନିସ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.